STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ପଖାଳ

ପଖାଳ

1 min
399

  

  ଓଡିଆର ବଳ ଓଡ଼ିଶାର ବଳ

   ଦୁର୍ବଳର ବଳ ଗରିବ ସମ୍ବଳ

   ଓଡିଆ ଜାତିର ପରିଚୟ ସେ

   ସେ ଆମ ମାଟିର 

    ଆମ ଜାତିର ଖାଦ୍ୟ ପଖାଳ ।


   ସଞ୍ଜ ହେଉ ଅବା ସକାଳ

    ଚଷା ପୁଅ ବଳ

     ଶ୍ରମିକ ସମ୍ବଳ

    ଯେତେ ଜାତି ଯେତେ ଧର୍ମ

    ସଭିଙ୍କ ପାଇଁ ଅତି ଆପଣାର

   ଆମ ଓଡିଆଙ୍କ ପ୍ରିୟ ପଖାଳ ।


   ଯେତେ ବୈଜ୍ଞାନିକ ଯେତେ ଡାକ୍ତର

    ଯନ୍ତ୍ରୀ ମନ୍ତ୍ରୀ ଅବା ଅଫିସର

   ସଭିଏଁ ତାକୁ କରନ୍ତି ଆଦର

    ଗୁଣାତ୍ମକ ମାନ କି ଅଛି ସେ ଖାଦ୍ୟର

    ବଡ଼ିଚୁରା ଆଉ ଶୁଖୁଆ ସାଙ୍ଗକୁ

    ସବୁ ଓଡିଆଏ ଆଦରେ ଭୁଞ୍ଜନ୍ତି ପଖାଳ

   ଧନୀ ଙ୍କର ପ୍ରିୟ ନିର୍ଦ୍ଧନୀ ର ମୋହ

    ସଭିଙ୍କ ପାଇଁ ପ୍ରିୟ ଖାଦ୍ୟ

    ଆମ ଓଡିଆ ଙ୍କ ପଖାଳ ।


    ଯୁଗ ବଦଳିଛି ପାଗ ବଦଳିଛି

    ବଦଳିଛି ଆମ ଆଚାର ବ୍ୟବହାର

   ତଥାପି ଓଡିଆ ଏବେ ବି 

     କରେ ତା ଆଦର

    ଏ ଜାତିର ପ୍ରତୀକ ଜଗତର ନାଥ

    ଭୁଞ୍ଜନ୍ତି ଯେ ଆମ ପଖାଳ

     ପଖାଳ ନୀତି ନ ହେଲେ ପରା

     ନିଦ ଆସେନି ଆମ ଜଗା ର

     ସେ ପାଇଁ କୁଆଡେ

     ଆମ ଓଡିଆଙ୍କ ପ୍ରିୟ ପଖାଳ ।


    ଆମ ପରମ୍ପରା ଆମ ସଂସ୍କୃତି

    ଦେଖ ଦେଖ କେଡେ ସୁଦୃଢ

     ମଣିଷ ସହିତ ଠାକୁର ଜଡ଼ିତ

    କେତେ ମହାନ୍ ଆମ ନୀତି କାନ୍ତି ର

    ବିଦେଶ ଯାଅ ବିଦେଶେ ରୁହ

     ବିଦେଶୀ ଖାଦ୍ୟ ଯେତେ ଅବା ଖାଅ

     କେବେ ଭୁଲ ନାହିଁ ଋଣ 

    ଆମ ଏ ମାଆ ମାଟିର

    ଆମ ସଂସ୍କୃତି ଆମ ପରମ୍ପରା ରେ

      ଯୋଡି ହୋଇ ରହିଛି

    କାହିଁ କେଉଁ କାଳୁ

     ଆମ ପ୍ରିୟ ଖାଦ୍ୟ ପଖାଳ

   ଓଡିଆର ଭାଗ୍ୟ ଭବିଷ୍ୟତ

    ସବୁରି ମୂଳେ ରହିଛି ରହିଥିବ

     ଯୋଡି ହୋଇ

     ଆମ ପ୍ରିୟ ଖାଦ୍ୟ ପଖାଳ ।

    

    

    


Rate this content
Log in

Similar oriya poem from Abstract