STORYMIRROR

Ghanashyam Jena

Abstract

4  

Ghanashyam Jena

Abstract

ନୀଳାମ୍ବୁ ଚିଲିକା

ନୀଳାମ୍ବୁ ଚିଲିକା

1 min
505


କବି କୁସୁମ ଗୌରବ ଘନଶ୍ୟାମ ଜେନା

ପବିତ୍ର ଭୂମି ଉତ୍କଳେ, ପୁଣ୍ୟ ମହୋଦଧି କୂଳେ

ମେଲିଛି ଚିଲିକା ତାର, ରୂପ ପସରା

ଅପରୂପ ସୌନ୍ଦର୍ଯ୍ୟର, ଅଟଇ ତା ଗନ୍ତାଘର

ଅନନ୍ୟ ଓ ଅନୁପମ ଶୋଭାରେ ଭରା।

ଉଲ୍ଲସିତ ଚିଲିକାରାଣୀ

ଗଢ଼ିଛି ବିଚିତ୍ର ରୂପ କେଉଁ ବିନ୍ଧାଣି।୧।

ଶୀତଳ ସମୀର ଗୀତ ତରଙ୍ଗେ କରନ୍ତି ନୃତ୍ୟ

ପକ୍ଷୀ ଦଳ ଦୋଳାୟିତ,ତରଙ୍ଗ ମାଳେ,

ମୃଦୁ କଅଁଳ କିରଣ, ବୁଣିଛି ବାଳଅରୁଣ,

ଶୁଭଇ କାକଳିସ୍ୱନ, ଚିଲିକା କୋଳେ।

କୋମଳ ଅରୁଣ କିରଣେ,

ଝଳସଇ ବୀଚିମାଳା ଜ୍ୟୋତି ଯେସନେ।୨।

ଚାରୁ ଚିତ୍ରପଟ ସମ ଶୋଭାରାଜି ଅନୁପମ

ମନେ ଉପୁଜାଏ ଭ୍ରମ ନୀଳାମ୍ବୁ ରାଶି,

ଉପରେ ନୀଳ ଅମ୍ବର ଅନୁରୂପ ଶୋଭାଯାର

ସୁନେଲି ସୂର୍ଯ୍ୟକିରଣେ ଶୋଭା ପ୍ରକାଶି।

ଦୂର ଦିଗବଳୟେ ମିଳନ,

ନୀଳାମ୍ବୁ, ନୀଳଅମ୍ବର କି ଆଲିଙ୍ଗନ।୩।

ସକଳ ସୌନ୍ଦର୍ଯ୍ୟ ଆଣି, ଗଢିଛି କେଉଁ ବିନ୍ଧାଣି

ସତେକି ପକୃତିରାଣୀ କରିଛି ଠୁଳ

ରାଶି ରାଶି ସୁଷମାର, ଅଟଇ ତା ଗନ୍ତାଘର

ପ୍ରକୃତି ବିଚିତ୍ର ରୂପ , କି ମନୋହର।

ଚିଲିକାର ରୂପମାଧୁରୀ

କବି କଳାକାର କଳି, ନପାରେ ତାରି।୪।

ମାଁ କାଳିଜାଇ ମନ୍ଦିର ବିରାଜେ ବକ୍ଷରେ ତାର

ପରିବେଶ ପରିଷ୍କାର ରୂପ ସୁନ୍ଦର,

ରହସ୍ୟ ପଥର ପର ଶୁଭେ କରୁଣ ଚିତ୍କାର 

ସେହିତ ଜାଇର ସ୍ୱର, ଲୋକ ମତର

ନିତି ନିତି ନିକାଞ୍ଚନରେ 

କାନ୍ଦଇ ଜାଇ ସେଦିନୁ ପଥର ପରେ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract