STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

କବିତା ଦିବସ

କବିତା ଦିବସ

1 min
506


କଳ୍ପନା ରାଇଜ ପାରିଜାତ ତୁମେ

ମନ ରାଇଜର ଫୁଲ,

ଭାବନା ଭବନୁ ଭାସି ଭାସି ଆସି

କଲମ ମୁନରେ ମିଳ।


ତୋଳିଦିଅ କେବେ କାବ୍ୟ ମହାକାବ୍ୟ

କବିତାର ଅଟାଲିକା ,

ଭାବନା ରାଇଜୁ ଚାଲି ଆସି ଦିଅ

କଲମ ମୁନରେ ଦେଖା।


କେତେ ବେଳେ ତୁମେ ଛନ୍ଦବଦ୍ଧ ହୋଇ

ଗୀତିକବିତା ରୂପରେ,

କେତେବେଳେ ରାଗ ରାଗିଣୀ ଆକାରେ

ଧରା ଦିଅ ସାତ ସୁରେ।


ସହଜ ସରଳ ସୌମ୍ୟ ସୁମଞ୍ଜୁଳ

କୋମଳ ଭାବ ପ୍ରକାଶି,

ବେଳେ ବେଳେ ତୁମେ ବଳି ପଡ ଯେହ୍ନେ

ଯୋଦ୍ଧାର ଶାଣିତ ଅସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational