STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
124


 ଘୋଷ ଯାତ୍ରା କରିଶେଷ,ବାହୁଡିଲେ ପୀତବାସ

   ରଥପରେ ସୁନାବେଶେ,ଦେଇ ଦର୍ଶନ,

 ଅଧର ପଣାରେ ମନ ତୋଷିଲୁ ଜଗତ ଜନ

  ପାର୍ଶ୍ଵ ଦେବାଦେବୀ ମାନ, ଅଶରୀରୀ ଗଣ।

      ହେରା ପଞ୍ଚମୀ ଦିନ ମାତ,

   କିପାଇଁ ଭାଙ୍ଗିଲେ ନନ୍ଦିଘୋଷର କାଠ।୧।

ଦେଖି ପ୍ରେୟସୀ ବିରସ,ରଙ୍ଗାଧରେ ସ୍ମିତହାସ୍ୟ

   ପୁଣି କେତେ ଚାଟୁଭାଷ, ବୋଧି ସଧୀରେ

 ରସଗୋଲା,ମିଠାବାଣୀ,ତୋଷିମନ ସାଆନ୍ତାଣୀ

    ବିଜେକଲେ ବେଣୁପାଣି,ରତ୍ନବେଦୀରେ

       କି ସୁନ୍ଦର ନିଳାଦ୍ରୀ ବିଜେ,

  ଭାଇ ଭଉଣୀଙ୍କ ମେଳେ,ଦେବାଧୀରାଜେ।୨।

         ( ରାଗ. ବଙ୍ଗଳାଶ୍ରୀ )

     ଚତୁର୍ଦ୍ଦଶୀ ଦିନ  ବଡ଼ ଦେଉଳକୁ

          ବାହୁଡିବେ ଜଗନ୍ନାଥ,

     ମାଆ ସାଆନ୍ତାଣୀ ଦେଇଣ କିଳିଣି

         ଓଗାଳିବେ ପ୍ରଭୁ ପଥ।୩।

     ଲକ୍ଷ୍ମୀ ନାରାୟଣ କଳି ହେବ ଜାଣ

          ବିଚତ୍ର ମାନବ ଲୀଳା,

     ରସଗୋଲା ଦେଇ ମାଆ ମନତୋଷି

         ପ୍ରବେଶିବେ ଚକାଡୋଳା।୪।

     ଭକ୍ତ ଭଗବାନ     ଅପୂର୍ବ ମିଳନ

          ପାଇଁ ଏ ରଥ ଯାତରା,

      ଚଉଦ ବ୍ରହ୍ମାଣ୍ଡ   ଚାହିଁ ରହିଥାନ୍ତି

         ପ୍ରଭୁଙ୍କ ଏ ଦିବ୍ୟଲୀଳା।୫।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational