STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ଦିବ୍ୟ ଭାବନା ଘନଶ୍ୟାମ ଜେନା

ଦିବ୍ୟ ଭାବନା ଘନଶ୍ୟାମ ଜେନା

1 min
151


ପରଦାରା ପରଧନରେ, କେବେ ନବଳା ମନ,

ପର ଉପକାର କରିଣ, କର ଜୀବନ ଧନ୍ୟ।୧।

ପରନିନ୍ଦା ଅପବାଦରେ କେବେ ନବଳା ଚିତ୍ତ,

ପରହିତେ ରହ ପ୍ରସନ୍ନ, ହେଉ ଜୀବନ ବ୍ରତ।୨।

ପରେ ଦୟାଭାବ ପୋଷଣେ,ମିଳେଅପାର ଶାନ୍ତି 

ପର ଅପମାନ ଭାବନା ତେଜି ତୁଟାଅ ଭ୍ରାନ୍ତି।୩।

ପର ନିନ୍ଦା ଅପବାଦରେ, ଜମା ନ ଖଟା ବଳ 

ପର ପ୍ରେମେ ହୋଇ ମଗନ,ହର୍ଷେ କଟାଅକାଳ।୪।

ପରଦୁଃଖେ ଦୁଃଖୀ ସୁଖରେ ସୁଖୀ ହୋଇ ନିରତ

ପର ଦୁଃଖ କଷ୍ଟ ନିବାରୀ,କର କାଳାତିପାତ।୫।

ପରେ ମୈତ୍ରୀ ପ୍ରୀତି ଭାବନା ସଦା ହୃଦୟେ ଭର,

ପର ଉପକାରେ ମିଳଇ ସୁଖ ଶାନ୍ତି ଅପାର।୬।

ପରକୁ ମଧୁର ବଚନ, ଶତ୍ରୁ ହୁଅଇ ମିତ୍ର

ପରେ ଦୟାଭାବ ବଳରେ,କାୟ ମନ ପବିତ୍ର।୭।

ପର ପରସଂଶା ବଳରେ,ମିଳେ ଆପେ ସମ୍ମାନ 

ପରସେବା ବଳେ ପ୍ରାଣୀର ହୁଏ ଜୀବନଧନ୍ୟ।୮।

ପରମେଶ୍ବରଙ୍କ ପୟରେ ସଦା କରେ ପ୍ରଣତି,

ପରମ ପଦକୁ ପାଇଣ ଲଭ ଗତି ମୁକତି।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational