STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ଏହି ଆମରି ଗାଁ

ଏହି ଆମରି ଗାଁ

1 min
142


ଏହି ଆମରି ଗାଁ, ଏହି ଆମରି ଗାଁ

ଟାଉଟରରେ ଟାଉନଠାରୁ,ଟାଣୁଆ ତାର ନାଆଁ।ଏହି।

ଏହିଠି ନିତି ସଞ୍ଜ ହେଲେ, ଆସିକାଫଟି ଛୁଟେ 

ନାମ ବଦଳେ ବେଢ଼ି ବସନ୍ତି ଧରି ତାସ ମୁଠେ।

ରାଜନୀତିରେ ରାଜଧାନୀ ଠୁଁ, ବଳି ଗଲାଣି ନାଆଁ।୧।

ଏହିଥି ଛୁଟେ ସୁରାର ବନ୍ୟା,ବିପଦେ ତାର କୁଆଁରୀକନ୍ୟା

ଚୁଗୁଲିଆଙ୍କ ଚରାଭୁଇଁରେ ପାଲଟିଲାଣି ଗାଁ।

ଶ୍ମଶାନଘାଟେ ଶବସତ୍କାରେ,ବରଯାତ୍ରୀ ବା ଭୋଜି ଭାତରେ

ଦେବାଦେବୀଙ୍କ ବିସର୍ଜନରେ,ଅବା ଟୋକାଙ୍କ ଡିଜେ ନାଚରେ

ସୁରା ବିହୁନେ ସବୁ ଆମ୍ବିଳ, ଆଗରୁ ହୁଏ ଥୁଆ।୩।

ଇନ୍ଦିରାଆବାସ ବିପିଏଲ,ଏଇଠି ତେଲିଆ ମୁଣ୍ଡରେ ତେଲ ଗରୀବ ବାପୁଡ଼ା କଲବଲ, ଉଭେଇ ଯାଏ ନାଆଁ।୪।

ଇଲେକସନ ଆସିଲେ ମାଡ଼ି,ଗାଆଁର ଛବି ଯାଏ ବିଗିଡ଼ି 

ସାଇ ଭାଇରେ ଗଡ଼ାଗଡି, ଉଜୁଡ଼ିଯାଏ ଗାଁ।୫।

ଭୋଟବେଳେ ଉଡ଼ଇ ନୋଟ,ଭାଇ ଭାଇରେ ବଡ଼ଇ ଫାଟ

କୁଜି ନେତାଙ୍କ ପଉଷ ମାସ,ଭୋଜିସାଙ୍ଗକୁ ମଦ ମାଉଁସ,

କଳି ବିହନ ବୁଣି ଦିଅନ୍ତି, ନେତାଏ ସାରା ଗାଆଁ...

ଟାଉଟରଙ୍କ କୁଟକପଟେ ଟଳିପଡେ ତା ନାଆ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational