ମଳୟ
ମଳୟ
ମୃଦୁମଳୟରେ ମନ ମୋହିନିଏ
ଲାଗେ କେଡେ ଶୀତଳତା
ଗ୍ରୀଷ୍ମ ସମୟରେ ଏହାର ପ୍ରଭାବ
ହୁଏ ତ ଆବଶ୍ୟକତା ।
ଦକ୍ଷିଣା ମଳୟ ବହିଯାଏ ଯେବେ
ମନ ହୋଇଥାଏ ତୋଷ
କେତେ ଶାନ୍ତି ଲାଗେ ଜୀବନ ପଶଇ
ଓଠୁ ଝରୁଥାଏ ହସ ।
ପଶ୍ଚିମ ମଳୟ ବହିଥାଏ ଯେବେ
କେତେ ଥଣ୍ଡା ଲାଗେ ସିଏ
ଘୂର୍ଣ୍ଣିଝଡ ସୃଷ୍ଟି କରିଥାଏ ଯେବେ
ଜୀବନ ବି ନେଇଥାଏ ।
ପୂବେଇ ମଳୟ ଯେବେ ବହିଯାଏ
ଥଳକୁଳ ପାଏନାହିଁ
କେତେ ଯେ ଜୀବନ ନେଇ ଯାଏ ସିଏ
କଥାରେ କହି ହୁଏନି ।
ବରଷାର ଝଡି ଲାଗି ରହିଥାଏ
ତୋଫାନ ଆଣଇ ଡାକି
ପଶ୍ଚିମ ପୂବେଇ ମଳୟ ମିଶିଲେ
ନା କିଏ ପାରେ ରୋକି ।
ଉତ୍ତରା ମଳୟ ମନ ମୋହିନିଏ
ମଳୟ ସୁବାସ ଭରା
ମଳୟ ବହିଲେ ଫୁଲ ଫୁଲକିତ
ହସି ଉଠୁଥାଏ ଧରା ।
ଗଛ ଦୋହଲଇ ପତ୍ର ବି ହଲଇ
ଆକାଶରେ ଉଡେ ଗୁଡି
ମଳୟ ବହିଲେ ଏଇ ତ ଧରାରେ
ହେଇଥାଏ ପତ୍ରଝଡି ।
ଏ ମଳୟ ଯୋଗୁ କଥା ତ ଶୁଭଇ
ପ୍ରତିଧ୍ବନି ସୃଷ୍ଟି ହୁଏ
ବେତାର ତରଙ୍ଗ ମନ ମୋହିଥାଏ
ଆକୃଷ୍ଟ କରିଣ ନିଏ ।
ମଳୟ ବହିଲେ ଚୁଟି ଉଡୁଥାଏ
କି ସୁନ୍ଦର ଦିଶେ ସିଏ
ପଣତଟି ଯେବେ ଉଡି ଯାଉଥାଏ
ଆଖି କି ଓହରି ଥାଏ ।
ମଳୟ ବହିଲେ ବାସ ଚହଟଇ
ତନୁ ମନ ପୁଲକିତ
ଯୁଆଡୁ ଆସଇ ମନ ଟାଣିନେଇ
ଆଗକୁ ବଢଇ ପାଦ ।
ଗ୍ରୀଷମ ଋତୁରେ ମଳୟ ବହଇ
ସୃଷ୍ଟି କରେ ଘୂର୍ଣ୍ଣିଝଡ
ଖଣ୍ଡିଆ ଭୂତଟି ଘୂର୍ଣ୍ଣୟମାନରେ
ଭାଙ୍ଗିଦିଏ କେତେ ନୀଡ ।
ମନେ ସୃଷ୍ଟିକରେ ଅନେକ ଭୟ ସେ
ଲାଗୁଥାଏ ଟିକେ ଡର
ଘୂର୍ଣ୍ଣୟମାନ ସେ ଆକାଶକୁ ଉଠେ
ଦିଶୁଥାଏ କି ସୁନ୍ଦର ।
ଏଇ ମଳୟ ଯେ ଜୀବନ ରଖଇ
କରଇ ଜୀବନ ଶେଷ
ବିନା ମଳୟରେ ବଞ୍ଚିବା ସମ୍ଭବ
ନୁହଁଇ ଏଇ ତ ବିଶ୍ବ ।
ମଳୟ ଆଣଇ ସୁଗନ୍ଧ ଦୁର୍ଗନ୍ଧ
ହେଲେ ସଂଶ୍ଲିଷ୍ଟ ସେ ନୁହେଁ
ଭଲ ମନ୍ଦ ଭାବ ଜାଣିଣ ମାନବ
ଆହରଣ କରିଥାଏ ।
ମଳୟ ବହିଲେ ହସଇ ଜଗତ
ମନହୁଏ ଉଲ୍ଲସିତ
ଏଇ ମଳୟ ଯେ ଜୀବନ ବାହକ
ତାକୁ କୋଟି ପ୍ରଣିପାତ ।
