Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ *ଅଭିନନ୍ଦନ*

ଶୀର୍ଷକ *ଅଭିନନ୍ଦନ*

1 min
342



ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ଆଜି

  *ହିନ୍ଦୁଙ୍କ ନବ* ବରଷ

ଏହୁ ଦିନ ପରା ରାମ ଅଭିଷେକ

   ପ୍ରାରମ୍ଭ ସୃଷ୍ଟିରେ ହର୍ଷ।

    ଚୈତ୍ର ଶୁକ୍ଳ ପକ୍ଷ


ଏହୁ ଦିନ ଯହୁଁ *ଯୁଧିଷ୍ଠିରଙ୍କର*

  ହେଲାଟି ରାଜ୍ୟାଭିଷେକ

ପବିତ୍ର ଦିନ ଏ ଶାସ୍ତ୍ରରେ ବର୍ଣ୍ଣିତ

  ଅଛିଟି କେତେ ମହକ।

   ଚୈତ୍ର ଶୁକ୍ଳ ପକ୍ଷ


କାଳର ଗଣନା କରିଥିଲେ ବ୍ରହ୍ମା

  ସମାଜ ରଚନା ବର୍ଷ

ସନାତନ ସଂସ୍କୃତି କେତେ ପୂରଣା

   ଆମରି ଭାରତବର୍ଷ।

    ଚୈତ୍ର ଶୁକ୍ଳ ପକ୍ଷ


ମନୁଷ୍ୟ ସମାଜ ନିର୍ମାଣର ବର୍ଷ

  ପରାରେ ଶୁଭ ମୁହୁର୍ତ୍ତ

ଆନନ୍ଦ ଉତ୍ସାହ ସମ୍ପୂର୍ଣ୍ଣ ଦେଶରେ

  ଅମୃତ କାଳ ଏହୁତ।

    ଚୈତ୍ର ଶୁକ୍ଳ ପକ୍ଷ


*ରାଷ୍ଟ୍ରୀୟ* ପରବ ନବ *ବରଷର*

  ରାଷ୍ଟ୍ରର ହେଉ ମଙ୍ଗଳ

ଗୌରବ ଅପର ଡିଜିଟାଲ୍ କ୍ଷେତ୍ରେ

   କଳ୍ପନାର କୁତୁହଳ।

    ଚୈତ୍ର ଶୁକ୍ଳ ପକ୍ଷ


କାହିଁକି ନହେବ ଦିଏ ମୃତ ରୂପ

  ରାମକୃଷ୍ଣ ଭୂମି ପରା

*ଆତ୍ମନିର୍ଭରର* ମନ୍ତ୍ରକୁ *ଧରିଛି

  ମନ୍ତ୍ର ଅହିଂସାରେ ସାରା।

    ଚୈତ୍ର ଶୁକ୍ଳ ପକ୍ଷ


ମୃତ ରୂପ ହେଉ ରାଷ୍ଟ୍ରର କଳ୍ପନା

  ହୃଦରେ ଆଙ୍କିଛି ଯାହା

ଦେବଟି ସୁଯୋଗ ନବ ଏବରଷ

   କରୁ ବିଶ୍ବ ବାହାବାହା।

    ଚୈତ୍ର ଶୁକ୍ଳ ପକ୍ଷ


ବିଶାଳତମ ଏ ଭାରତ ବର୍ଷରେ

 କେତେଭାଷା କେତେରଙ୍ଗ

ସନାତନୀ ଯହୁଁ ସମ୍ପୂର୍ଣ୍ଣ ଭାରତ

 ଏକରେ *ତ୍ରିରଙ୍ଗା ସଙ୍ଗ।।

    ଚୈତ୍ର ଶୁକ୍ଳ ପକ୍ଷ


*ରାଷ୍ଟ୍ରଭାଷା ଆମ୍ଭ ହିନ୍ଦୀପରା ବନ୍ଧୁ

  ଯୋଡି ଅଛି ଏକ ଶୁତ୍ରେ,

ସମ୍ବିଧାନ ଆମ୍ଭ ଗୋଟିଏ ପରାରେ

  ଶାସନ ତାହାରି ମନ୍ତ୍ରେ।

    ଚୈତ୍ର ଶୁକ୍ଳ ପକ୍ଷ.


ନବ ବର୍ଷ ଦେଉ ନୂତନ ଉମଙ୍ଗ

  ଅମୃତ କାଳେ ଆସିଛି

ଅପାର ଉନ୍ନତି ହେଉ ସମସ୍ତଙ୍କ

  ସଙ୍କେତ ଯୁଗ ଦେଉଛି।

    ଚୈତ୍ର ଶୁକ୍ଳ ପକ୍ଷ


ହେବ ବିଶ୍ବଗୁରୁ ହେଉଛି ଅଙ୍କିତ

  ହିନ୍ଦୀ ନବ ବର୍ଷେ ଦିଶୁଛି 

ନୂଆ ଇତିହାସ ଲେଖିବ ଭାରତ

  ଭରୋସା ଜନେ ଗୁଞ୍ଜୁଛି।

     ଚୈତ୍ର ଶୁକ୍ଳ ପକ୍ଷ


ରାମରାଜ୍ୟ ସ୍ବପ୍ନ ସାକାର ହେଉଛି

   ଖୁସିରେ ଜନତାଗଣ

ଗୌରବର ଗାଥା ଗୁଞ୍ଜୁଛି ବିଶ୍ବରେ

   ବିଶ୍ବ ଶାନ୍ତିର ପ୍ରମାଣ।

     ଚୈତ୍ର ଶୁକ୍ଳ ପକ୍ଷ.





Rate this content
Log in

Similar oriya poem from Abstract