STORYMIRROR

Sangita Mishra Satapathy

Abstract Inspirational

4  

Sangita Mishra Satapathy

Abstract Inspirational

ଫଗୁର ରଙ୍ଗ ପସରା

ଫଗୁର ରଙ୍ଗ ପସରା

1 min
402


ଜୀବନଟା ନୁହେଁ ଫୁଲର ଫଗୁଣ

ମଧୁ ମଳୟେ ମଧୁର ଵାସିଵ

ଜୀଵନଟା ନୁହେଁ ଲୁହର ଶ୍ରାବଣ

ଲୁହ ଢାଳି ଢାଳି ସରିଯିବ ।

ଜୀଵନଟା ନୁହେଁ ଚିର ବସନ୍ତ

ହେବ ନିତି ନିତି ପଲ୍ଲବିତ

ଜୀଵନଟା ନୁହେଁ ବୈଶାଖୀ ବାଆ

ସଦା ଝାଞ୍ଜି ଵାଆ ଵହୁଥିଵ

ଜୀଵନଟା ନୁହେଁ ପଉଷ ଶୀତ

ଥରି ଥରି ଥରାଇଵ।

ଜୀବନ ଅଟଇ ମଧୁର ସଙ୍ଗୀତ

କୋଇଲିର କୁହ ତାନ

ଜୀଵନଟା ନାନା ରଙ୍ଗେ ରଙ୍ଗାୟିତ

ସୁଖ ଦୁଃଖ ସ୍ମୃତି ଭରା

ଜୀଵନଟା ପ୍ରଷ୍ପୁଟିତ କୃଷ୍ଣ ଚୁଡା

କେଡେ ରଙ୍ଗେ ମନଲୋଭା।

ସ୍ମୃତି ଅନୁଭୂତି ଭରା ଜୀଵନଟା ପରା

ନୁହଁଇ କେବେ ଅଲୋଡା

ଜୀଵନଟାଇନ୍ଦ୍ରଧନୁ ସାତ ରଙ୍ଗେ ଭରା

ଫଗୁର ରଙ୍ଗ ପସରା

ଶିଖିଗଲେ ଜୀଇଁବାର କଳା

ଜୀବନଟା ମଧୁମୟ ମଧୁଝରା।l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract