STORYMIRROR

Sangita Mishra Satapathy

Others

4  

Sangita Mishra Satapathy

Others

ରଜ ସଜ କି ସମ୍ଭବ

ରଜ ସଜ କି ସମ୍ଭବ

1 min
234


ଝିପିଝିପି ଵରଷାର

ଟିପିଟିପି ବର୍ଷା ଛିଟା

ପହିଲି ଆଷାଢର 

ପହିଲି ଛୁଆଁ ରେ

ଧରା ଆଜି ଆନମନା

ମହମହ ମାଟିର ମହକ

ଛୁଟିଯାଏ ମାଟିରୁ ଆକାଶ

ପୁଣି ମାଟିରୁ ଆକାଶ

କଦମ୍ଵ ମାଳତୀର

ଭୁରୁ ଭୁରୁ ବାସ

କୁଆଁରୀ ଲଳନାର 

ଲାଜ ଲାଜ ‌ହସ

ଅଳତା ମଖା 

ତାର ଦୁଇ ପାଦ

ରୁମ୍ ଝୁମ୍ ପାଉଁଜି ଶଵଦ

ସଜଵାଜ ନେଇ ଆସେ

ପ୍ରତି ଵରଷ ତ ରଜ

ରଜ ପାନ ରଜ ପୋଡ ପିଠା

ମନେ ଭରେ ଉନ୍ମାଦନା

ହେଲେ କାହିଁ ସେ ଉନ୍ମାଦନା!

ଏ ସନ ନାହିଁ ରଜ ସଜ

ଧରଣୀର ହଜିଛି କି ସୁଖ?

ବିଷାଦ ଵଦନେ ଧରା

ଢାଳୁଛି ଲୋତକ

ବାହାନଗା ରେଳ ଦୁର୍ଘଟଣା

ମନେ ପଡି ଥରିଯାଏ ଛାତି

କି କରୁଣ ସେଇ କାଳରାତି!

ଭୁଲିନି ଏ ମାଟି

ଲୌହ ମାନଵର 

ରକତର ଭୋଜି

ପ୍ରାଣରକ୍ଷା ଲାଗି

ଆର୍ତ୍ତଚିତ୍କାର ରକ୍ଷାକର

କୁଢ କୁଢ ଶଵରେ

ଵାପା ଖୋଜେ ପୁଅକୁ

ପୁଅ ଵି ଖୋଜେ ମା'କୁ 

ଭାଇକୁ ଖୋଜୁଛି ଭଉଣୀ

କା ମଥାରେ ଦେଵ 

ସୁନାର ମୁକୁଟ

କାହିଁ ହଜିଗଲା 

ରଜର ମଉଜ

ସିମନ୍ତିନୀର ଶୂନ୍ଯ ସୀମନ୍ତ

କେମିତି ପାଳିଵ ସେ ରଜ

ସିନ୍ଦୂର ଵିନା କି ରଜ?

ରୁଣୁଝୁଣୁ ଚୁଡି ଵିନା

ରଜ ସଜ କି ସମ୍ଭଵ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍