STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଦେଶ ମୋ ଅମୃତ ଉତ୍ସବ ପାଳୁଛି

ଦେଶ ମୋ ଅମୃତ ଉତ୍ସବ ପାଳୁଛି

1 min
133

ସ୍ୱାଧୀନତାର ପଞ୍ଚସ୍ତରି ବରଷ ପୂରିଛି

ଦେଶ ମୋ ଅମୃତ ଉତ୍ସବ ପାଳୁଛି

ଅମୃତର ସେଇ ମିଠା ପରଶରେ

ଅତୀତର ସ୍ମୃତି ଜାଗିଛି

ଭାରତ ମାଆ ଲୁହ ଢାଳୁଛି।

କେତେ ଯେ ବୀର କେତେ ସଂଗ୍ରାମୀ 

ସନ୍ତାନକୁ ତାର ଝୁରୁଛି

ଯେଉଁମାନଙ୍କର ଲୁହ ଓ ଲହୁରେ 

ଏଇ ମାଟି ପରା ଭିଜିଛି।

କୁଆଁ କୁଆଁ ଯାର ଶୁଣିଥିଲା ଦିନେ

ଜୁଇରେ ତାକୁ ସେ ଧରିଛି

ମାଆ ହୃଦୟର ବୁକୁଫଟା କାନ୍ଦ 

ସୁହାଗିନୀର ଶୂନ୍ୟ ସୀମନ୍ତ 

ପିତା ହୃଦୟର ଅବ୍ୟକ୍ତ କୋହ

ଗୋଟି ଗୋଟି କରି ଭାଳୁଛି

ଦେଶ ମୋ ଅମୃତ ଉତ୍ସବ ପାଳୁଛି

ମୁଠାଏ ମାଟିକୁ ଚିପୁଡିଲେ ଯହିଁ 

କୋଟିଏ କଥା ସେ କହୁଛି

ଘର ଘର ତ୍ରିରଙ୍ଗା ଉଡୁଛି

ବୀର ସଂଗ୍ରାମୀ ଗାଥା ଗାଉଛି।

ଭାରତମା' ଆଜି ବୀର ସନ୍ତାନକୁ ଝୁରୁଛି

ଆଖି ଲୁହ ପୋଛି ତ୍ରିରଙ୍ଗା ତଳେ

ଶହୀଦ ପୁଅ ଲାଗି ଗରବେ ସଲାମ କରୁଛି

ତ୍ରିରଙ୍ଗାର ପଣତ ଢାଙ୍କିଛି

ସେନେହେ କୋଳେଇ ନେଉଛି

ବୀର ସନ୍ତାନ ତା "ନୀଳକଣ୍ଠ" ସାଜି

ପରାଧୀନତାର ବିଷ ପିଇଛି

ସେଇ ତ୍ୟାଗ ଲାଗି ଅମୃତ ସ୍ୱାଦ ମିଳିଛି

 ଅନାଲୋଚିତ ସଂଗ୍ରାମୀ ପାଦେ 

କୋଟି ପ୍ରଣତି ମୁଁ ଢାଳୁଛି 

ଦେଶ ମୋ ଅମୃତ ଉତ୍ସବ ପାଳୁଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational