STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ମାଟିର ବାସ୍ନା

ମାଟିର ବାସ୍ନା

1 min
386

ଆଦ୍ଯ ଆଷାଢର ପହିଲି ସ୍ପର୍ଶରେ

ମାଟି ଭିଜିଯାଏ ଅତି ପୁଲକରେ

ଛୁଟିଯାଏ ମହ ମହ ମହକ

ଅପୂର୍ବ ସେ ମାଟିର ବାସ୍ନା

କରେ ସେ ତ ଆନମନା

ସବୁଠି ବ୍ଯାପ୍ତ ସେ ମହକ

ଭୂମି ଠାରୁ ଭୂମା ।


ଏଇ ମାଟିରେ ଷଠି,ଏନ୍ତୁଡି

ଏଇଠି ମିଶିବ ଜୀବନ ଜୁଇ

ମାଟିରୁ ଆରମ୍ଭ ମାଟିରେ ଶେଷ

ମାଟି ସହ ମଣିଷ ର ନିବିଡ ଆଶ୍ଳେଷ 

ମାଟିର ମହକ କରେ ପୁଲକିତ

ମାଟିର ବାସ୍ନାରେ ଭୁଲିଯାଏ ନିଜ ସତ୍ତା

ମାଟି ସହ ମିଶିବାକୁ ତା ବାସ୍ନାରେ ଭିଜିବାକୂ

କରେ ସେ ଆଜନ୍ମ ତପସ୍ୟା।


ମାଟିର ମୋହ କିଏ ବା ପାରିଛି ଛାଡି

ମହ ମହ ମହକ ତା ରଖିଛି ଜାବୁଡି

ନିଃଶ୍ବାସ, ପ୍ରଶ୍ବାସ ଚାଲେନା 

ଏଇ ମାଟିର ବାସ୍ନା ବିନା

ଏଇ ମାଟିତ ଆଶା ଆଉ ଆଶ୍ବସନା

ମାଟି ବିନା ଜୀବନ ଟା ଶୂନ୍ଯ  

ଆଉ ଶୂନ୍ଯତା ଭରା

ଜୀବନ ମହ ମହ ବାସମୟ

ଖାଲି ମାଟି ଆଉ ମାଟି

ମାଟିର ମହକ ଆଉ ମାଟି ମୋହ ବିନା

ଜୀବନରେ କାହିଁ ବା ପୂର୍ଣ୍ଣତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational