STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ଶୂନ୍ଯ ଲାଗେ ସବୁ ବୋଉ ବିନା

ଶୂନ୍ଯ ଲାଗେ ସବୁ ବୋଉ ବିନା

1 min
26


ବୋଉ ଚାହେଁ ନାହିଁ ପାଟ ଲୁଗା

ବୋଉ ବି ଚାହେଁନା ସୁନା ରୂପା

ବୋଉ ଚାହେଁ ପଦେ ମିଠା କଥା

ସେନେହରେ ଥରେ ଡାକି ଦେଲେ "ବୋଉ "

ଦୂର ହୋଇ ଯାଇ ସବୁ ବ୍ଯଥା

ଓଦା ହୋଇଯାଏ ଆଖି ପତା

ତା ତ୍ଯାଗ ଆଗେ ସବୁ ଲାଗେ ଫିକା

ତ୍ୟାଗ ର ମୂଲ ତା ଦେଇ କେ ପାରିବ !

ଅମୂଲ୍ଯ ମୂଲ ଯେ ତା ମମତା

ଆମ ଏ ନିଃଶ୍ବାସ ବୋଉ ଦାନ

ଲୋଡା ନାହିଁ ବୋଉ ପାଇଁ ଦିନ

ପ୍ରତିଟି ନିମିଷ ବୋଉର ଆଶିଷ

ଶୂନ୍ଯ ଲାଗେ ସବୁ ବୋଉ ବିନା

କରୁ ଅଛି ଆଜି ଏଇ ଅଳି 

ବିନମରେ ଦୁଇ କର ଯୋଡି

ଡାକ ମାଆ ,ମାମା, ଅବା ବୋଉ

ତା ଦେହେ ଲୁଚିଛି ଦେବୀ ସତ୍ତା

କର ନାହିଁ ତାକୁ ଅଣ ହେଳା

ବୃଦ୍ଧାଶ୍ରମେ ନ ବିତୁ ତା ଶେଷ ବେଳା

ତା ଆଶିଷର ହାତ ମଥା ପରେ ଥିଲେ

ସରଗ ସୁଖ ବି ଲାଗେ ଫିକା.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational