କଳାମେଘ
କଳାମେଘ
ଆଦ୍ଯ ଆଷାଢର ପହିଲି ସ୍ପର୍ଶରେ
ଭିଜା ଭିଜା ଏଇ ମାଟିର ବାସ୍ନାରେ
କଦମ୍ବ, ମାଳତୀ ମିଠା ମହକରେ
ପୁଲକିତ ତନୁ ମନ
ମନେ ଭରେ ଶୀହରଣ
ମେଘର କଳା ଓଢଣୀରେ ଢଙ୍କା
ଆନ ମନା ମାଟି ପରି ମୁଁ ଆଜି
ଲାଜରେ ଲାଜରେ ନଇଁ ଯାଏ ମଥା
କଳା ମେଘ ଓଢଣୀ ଢାଙ୍କିଛି ଧରଣୀ
ସବୁଜ ଶାଢୀର ସବୁଜିମା ରାଣୀ
ଆକାଶ ଯେମିତି ଚୁମିଯାଏ ମାଟିକୁ
ଲାଜେ ପୋତିଥାଏ ସେ ମଥାକୁ
ମତୁଆଲା ଆଜି ତନୁ ମନ
ପାଇବାକୁ ନିବିଡ ଆଶ୍ଳେଷ
ଆଃ ! କି ମଧୁର ସ୍ପର୍ଶ
ଦେହେ ଖେଳେ ବିଜୁଳି ଚମକ
ଆ ପ୍ରିୟା ଭିଜିଯିବା ହଜିଯିବା
କଳା ମେଘର ଓଢଣୀ ତଳେ ଲୁଚି
କିଛି ନିମିଷ ଭୁଲିଯିବା ଏ ଦୁନିଆଁ ।