STORYMIRROR

Sangita Mishra Satapathy

Romance

3  

Sangita Mishra Satapathy

Romance

କଳାମେଘ

କଳାମେଘ

1 min
192

ଆଦ୍ଯ ଆଷାଢର ପହିଲି ସ୍ପର୍ଶରେ

ଭିଜା ଭିଜା ଏଇ ମାଟିର ବାସ୍ନାରେ

କଦମ୍ବ, ମାଳତୀ ମିଠା ମହକରେ

ପୁଲକିତ ତନୁ ମନ 

ମନେ ଭରେ ଶୀହରଣ

ମେଘର କଳା ଓଢଣୀରେ ଢଙ୍କା

ଆନ ମନା  ମାଟି ପରି ମୁଁ ଆଜି

ଲାଜରେ ଲାଜରେ ନଇଁ ଯାଏ ମଥା

କଳା ମେଘ ଓଢଣୀ ଢାଙ୍କିଛି ଧରଣୀ

ସବୁଜ ଶାଢୀର ସବୁଜିମା ରାଣୀ

ଆକାଶ ଯେମିତି ଚୁମିଯାଏ ମାଟିକୁ

ଲାଜେ ପୋତିଥାଏ ସେ ମଥାକୁ

ମତୁଆଲା ଆଜି ତନୁ ମନ

ପାଇବାକୁ ନିବିଡ ଆଶ୍ଳେଷ

ଆଃ ! କି ମଧୁର ସ୍ପର୍ଶ

ଦେହେ ଖେଳେ ବିଜୁଳି ଚମକ

ଆ ପ୍ରିୟା ଭିଜିଯିବା ହଜିଯିବା

କଳା ମେଘର ଓଢଣୀ ତଳେ ଲୁଚି

କିଛି ନିମିଷ ଭୁଲିଯିବା ଏ ଦୁନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance