Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Romance

3  

Sadananda Sahoo

Romance

ଭିନ୍ନ ଏକ ପ୍ରେମ ରଙ୍ଗ

ଭିନ୍ନ ଏକ ପ୍ରେମ ରଙ୍ଗ

1 min
324



ପ୍ରେମ ଚିରନ୍ତନ  ଅଜର ଅମର 

    ସତ୍ୟତା'ର ଚିରଛବି , 

ଅଦୃଶ୍ୟରେ ଦୃଶ୍ୟ ସଂସାରେ ପ୍ରତୀତ 

   ଅନୁଭବେ  ଅନୁଭବି ! ! 

     

ଦୁଇ ହୃଦୟର ସ୍ନେହଁଶ୍ରଦ୍ଧା ଫୁଲ 

    ସମର୍ପଣେ ସମର୍ପିତ , 

ପ୍ରେମ ମିଳନରେ  ବାସତା ଚହଟେ 

    ସଭିଏଁ ହୁଅନ୍ତି ପ୍ରୀତ ! ! 


ପ୍ରେମ ରଙ୍ଗ ଭିନ୍ନ ହୃଦୟ ସମ୍ପଦ 

    ସପ୍ତରଙ୍ଗେ  ରଙ୍ଗାୟିତ , 

ବର୍ଣ୍ଣିଳ ଆକାଶେ  ଇନ୍ଦ୍ରଧନୁ ହସେ 

   ସୁରମ୍ୟ ଏ'ଦୃଶ୍ୟ ସତ ! ! 


ପ୍ରେମରଙ୍ଗ ଜମା ପଡେ ନାହିଁ ଫିକା 

   ଅଭିସନ୍ଧି  ମତାନ୍ତରେ , 

ନିଆରା ଏ ' ରଙ୍ଗ ଜୀବନର ସଙ୍ଗ 

   ପ୍ରତିଷ୍ଠିତ  ସମାଜରେ ! ! 


ଆତ୍ମା ମନ ସତ୍ତା ଅଙ୍କନେ ଅଙ୍କିତା 

    ପ୍ରେମହିଁ ବିରଳ କୃତି  , 

ଭିଜା ଭିଜା ସ୍ଵପ୍ନ ପ୍ରେମରେ ସଂଶ୍ଳିଷ୍ଠ 

     ଉଦ୍ଭାସିତ ହୁଏ ପ୍ରୀତି ! ! 


ପ୍ରେମ ପ୍ରେମୀ ଛବି ସମାଜ ସରାଗୀ 

     ଆଦର୍ଶରେ  ଆଦର୍ଶୀତା , 

କେତେ ଝଡଝଞ୍ଜା କରେ ହଟହଟା 

     ନିର୍ବିକାର ଚିତ୍ତ ସଦା ! ! 


ଆହେ ପ୍ରେମପ୍ରେମୀ ପ୍ରେମରଙ୍ଗ ବୋଳି 

    ସମାଜରେ ରଖ ପଣ , 

ପ୍ରେମ ପ୍ରଣୟରେ ମନ ଭାବନାରେ 

     ଆସିବ ସଦା ଫଗୁଣ  ! ! 


ମୃଦୁ ମଳୟର  ବାସନା ମହକ 

     ପ୍ରେମକୁ ସରସ କରେ , 

ପ୍ରକୃତି ରାଣୀର  ଶ୍ରେଷ୍ଠ ଉପହାର 

    ମନପ୍ରାଣ ମୋହେ ଧୀରେ ! ! 


ଆସ ହେ' ପ୍ରେମିକ ଗଢିବା ମହଲ 

     ନୂଆ ନୂଆ ରଙ୍ଗ ବୋଳି , 

ପ୍ରେମର ପ୍ରେମିକା ସର୍ବଜନାଦୃତା

     ସରାଗେ କରିବ କେଳି ! ! 


Rate this content
Log in