STORYMIRROR

Sadananda Sahoo

Tragedy Classics

4  

Sadananda Sahoo

Tragedy Classics

କଳା ସାଆନ୍ତ

କଳା ସାଆନ୍ତ

1 min
322


ଜୟ ଜୟ ଜଗନ୍ନାଥ 

   ଶ୍ରୀମନ୍ଦିର କଳାଶ୍ରୀମୁଖ 

ଦରଶନ ଦିଅ ବାରେ 

  କରୁଣା ସାଗର ଦେବ !

ଦେଖି ନାହିଁ ବେନି ନେତ୍ର 

   ଝୁରୁଚିରେ ଆତ୍ମା ମନ 

ଅବଶୋଷ ରହିଯିବ 

  ନଦେଖିଲେ ତଵ ମୁଖ !୦!

ଅଭିପ୍ରାୟ ଅଭିଯୋଗ  

   ମଂଜୁର କରହେ ଦେବ 

ପିଣ୍ଡରୁ ପରାଣ ମୋର 

    ଛାଡ଼ିପରା ଚାଲିଯିବ !

ଯଦି ନଦେଖିବି ପ୍ରଭୁ 

   ତୁମର ଶ୍ରୀମୁଖ 

ଅତୃପ୍ତ ଆତ୍ମା ମୋର 

   ଶ୍ରୀକ୍ଷେତ୍ରେ ବୁଲିବ !!

ପାପୀ ଆଖି ଦେଖିବକି ମହା ଜାଗତିକ ଦୃଶ୍ୟ 

ଦେଖା ଦିଅ ସ୍ବପ୍ନମିତ 

 ବଡ଼ଦେଉଳିଆ ବନ୍ଧୁ କଳା ସାଆଁନ୍ତ !୪!

ଜୟ ଜୟ ଜଗନ୍ନାଥ 

    ବିଶ୍ୱ ଅଧିପତି ଦେବ 

ଘେନ ମୋର ନିବେଦନ 

   ଦାରୁ ବ୍ରହ୍ମ କଳା ଠାକୁର !

ହରି ନିଅ ସର୍ବ ଦୁଃଖ 

    ଆଖିରୁ ଝରୁଚି ଲୁହ 

ହୃଦୟରେ କୋହ ମୋର 

 ଦେଖିନି ମୁଁ ଦିବ୍ୟ ରୂପ !୦!

ଦୁଃଖଦ ଦରିଦ୍ର ଚିତ୍ର 

   ମୁଁପରା ଦୁଃଖୀ ମଣିଷ 

ପିନ୍ଧିଚିରେ ଛିନ୍ନବସ୍ତ୍ର 

  ଦୁଃଖ କାହାଣୀ ଅଶେଷ !

କାଣୀ କଉଡିଟେ ନାହିଁ 

   କେମିତି ଯିବି ଶ୍ରୀକ୍ଷେତ୍ର !!

ଏତେ ଦୁଃଖ ଦେଲ କାହିଁ 

    ପ୍ରଭୁ କଳାଶ୍ରୀ ମୂଖ 

ପାପୀ ଆଖି ଦେଖିବକି ବ୍ରହ୍ମ ଜ୍ୟୋତି ମହାଚିତ୍ର 

ଦେଖା ଦିଅ ସ୍ବପ୍ନ ମିତ 

ବଡ ଦେଉଳିଆ ବନ୍ଧୁ କଳାସାଆନ୍ତ !0!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy