Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ସୁଚିତ୍ରା

ସୁଚିତ୍ରା

1 min
199


ପ୍ରେମ ଅନୁଭବ ଜୀବନ୍ତ ବିଭବ   ଭାବନାର ଅନ୍ତରାଳେ ; 

ସ୍ଵପ୍ନେ ଉଦ୍ଭାସିତ ହୁଏ ସଦା ଚିତ୍ର  ରାତ୍ରୀରାଣୀ ନିଦକୋଳେ !! 


ଅଢ଼େଇ ଅକ୍ଷର ପ୍ରେମର ସ୍ୱାକ୍ଷର  ବ୍ୟାପକ ଏ ପରିଭାଷା ;  

ବର୍ଣ୍ଣନା ସାପେକ୍ଷ ଏ ଶବ୍ଦର ଅର୍ଥ  ହୃଦୟରେ ବାନ୍ଧେ ବସା !!


ପ୍ରେମ ଆଭିମୁଖ୍ୟ ସର୍ବଶାନ୍ତି ମୋକ୍ଷ  ହୃଦୟର ଚିର ଗାଥା;

ଅପୂର୍ବ ମିଳନ ପ୍ରେମ ଅମଳିନ  ପ୍ରଣିପାତ କରେ ମଥା !! 


ସଂକୀର୍ଣ୍ଣତା ଭାବ ଶୋଭନୀୟ ନୁହଁ  ପ୍ରେମ ସୀମା ସରହଦେ ; 

ପ୍ରେମ ଉପଜୀବ୍ୟ ପ୍ରେମ ଉପଭୋଗ୍ୟ   ସମ୍ପର୍କର ସେତୁବନ୍ଧେ !!


ପ୍ରେମ ସ୍ମୃତି ଛବି ହୃଦୟ ଦରଦୀ  ମାନସ ପଟରେ ଭାସେ ;

ଆଶା ଆକାଂକ୍ଷାରେ ନିରବତା ଭରେ  ଭାବନା ସରାଗି ରୋଷେ !!


କାମନା ବାସନା ପ୍ରେମର ଯାତନା   ହେଜ ଆହେ ପ୍ରେମୀଗଣ ; 

ଶାଶ୍ୱତ ପ୍ରେମରେ ପବିତ୍ରତା ଭରେ   ପ୍ରେମ ସଦା ପରିତ୍ରାଣ  !! 


ପ୍ରେମ ସତ୍ୟ ଶିବ ପ୍ରେମ ସୁନ୍ଦରମ  ସ୍ନେହର ଆଧାର ତ୍ୟାଗ ; 

ତ୍ୟାଗପୂତ ପ୍ରେମ ଚିରନ୍ତନ ସତ୍ୟ  ଯୁଗେଯୁଗେ ଉପଯୋଗ୍ୟ  !!


ସ୍ନେହ ଶ୍ରଦ୍ଧା ଉକ୍ତି ପ୍ରେମର ସ୍ଵିକୃତି  ଅନୁଭବେ ଅନୁଭୂତ  ; 

ପ୍ରେମ ସମ୍ପର୍କକୁ ବାନ୍ଧି ରଖିବାକୁ  ସ୍ଵାର୍ଥ ନୁହଁ ଅଭିପ୍ରେତ !! 


ପ୍ରେମ ରୂପରେଖ କବିର ଆଲେଖ୍ୟ   ନିଆରା ଏ ଅଭିମତ ;

ଆହେ ପ୍ରେମ ପ୍ରେମୀ ଭବିଷ୍ୟତ ନିଧି  ପ୍ରେମ ହୃଦୟକୁ ଜିତ  !!  



Rate this content
Log in

Similar oriya poem from Inspirational