STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ଘଡି

ଘଡି

1 min
226


ଘଡ଼ି ଚାଲେ ଟିକ୍ ଟିକ୍ ,

ବେଳ କହେ ଠିକ୍ ଠିକ୍ ।

ଘଡ଼ି ସାଥେ ତାଳ ଦିଅ,

କର୍ମ ପଥେ ଚାଲୁଥାଅ ।

ଘଡ଼ି ସଙ୍ଗେ ତାଳ ଦେଲେ,

ସବୁ କାମ ହୁଏ ଭଲେ ।

ସମୟକୁ ଦେଲେ ଛାଡ଼ି,

ଅନୁତାପ ଆସେ ମାଡି ।

ସମୟ ତ ମୂଲ୍ୟବାନ ,

ରଖ ବାବୁ ତାର ମାନ ।

କରେ ଯେ ତା ହତାଦର,

ଜୀବନ ତା ଛାରଖାର ।

ଗାନ୍ଧୀଙ୍କର ଅଣ୍ଟେ ଘଣ୍ଟା,

କର୍ମ କଲେ ଦେଖ କଣ୍ଟା ।

ଦେଖିଛ ତ ସୂରୁଜକୁ,

ହୁଡେ ନାହିଁ ସମୟକୁ ।

ଯିଏ ତାକୁ ଜଗେ ଯେତେ,

ଉପରକୁ ଉଠେ ସେତେ ।

ସମୟକୁ କଲେ ପୂଜା, 

ଉଡ଼ାଇବ ନିଜ ଧ୍ଵଜା ।




Rate this content
Log in

Similar oriya poem from Inspirational