Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Abstract

4  

Durjyodhan Barik

Abstract

ଅଲାରନାଥ

ଅଲାରନାଥ

1 min
372



ଶ୍ରୀଦେବୀ ବୋଲନ୍ତି ଜଗତର ପତି

ନାମ ବହି ଭାବଗ୍ରାହୀ,

ଭାବରେ କାହିଁକି ଅଭାବ କରୁଛ

ଭକ୍ତଙ୍କ ଦର୍ଶନ ପାଇଁ ।


ଅଣସର ଘରେ  ଶୋଇଅଛ ପ୍ରଭୁ

କହୁଛ ଜ୍ଵରେ ଆକ୍ରାନ୍ତ,

ଦର୍ଶନ ନ ପାଇ ଶ୍ରୀମନ୍ଦିରେ ଭକ୍ତ

ହେଉଛନ୍ତି ହନ୍ତସନ୍ତ ।


ଶ୍ରୀପତି ବୋଲନ୍ତି ଶୁଣ ପଡିଦାତ୍ରୀ

ବ୍ରହ୍ମଗିରି ଠାରେ ମୁହିଁ

ଅବସ୍ଥାନ କରେ ଏହି ସମୟରେ

ଭକ୍ତଙ୍କ ଭାବରେ ରହି ।


ଚଉଦ ଦିବସ ଲାଗିବ ଅବଶ୍ୟ

ଆରୋଗ୍ୟ ହୋଇବା ପାଇଁ

ଭକ୍ତ ମୋର ସବୁ ଦର୍ଶନ କରିବେ

ପୁଣ୍ଯ ବ୍ରହ୍ମଗିରି ଯାଇ ।


ମୁହିଁ ଜଗନ୍ନାଥ ମୁଁ ଅଲାରନାଥ

ଆନ ଭିନ୍ନ କିଛି ନାହିଁ

ମୋର ପ୍ରିୟ ଭକ୍ତ  ଖୁସି ହୋଇ ଯିବେ

ମୋ ଖିରି ପ୍ରସାଦ ଖାଇ ।


ମାନବୀୟ ଲୀଳା କରେ ମୁଁ କମଳା

ମୋ ପ୍ରିୟ ଭକ୍ତଙ୍କ ପାଇଁ

ଜଗତରେ ଏଇ ବାରତା ବାଣ୍ଟଇ

ଦେହ ଥିଲେ ଜ୍ଵର ହୋଇ ।


       

       


Rate this content
Log in

Similar oriya poem from Abstract