ଦିବ୍ୟ ଦମ୍ପନ୍ତି ରାଗ ଓ ପ୍ରୀତି
ଦିବ୍ୟ ଦମ୍ପନ୍ତି ରାଗ ଓ ପ୍ରୀତି
କୁହ ହେ ଶ୍ରୀପତି କାହିଁକି ଏମିତି
ଲକ୍ଷ୍ମୀ ମାତା ସଙ୍ଗେ କଲ,
ବିଭା ଗଣ୍ଠିଆଳ ଫିଟିବା ପୂର୍ବରୁ
ଆଡପ ମଣ୍ଡପ ଗଲ ।
ସେ ହଳଦୀମୁହିଁ ସୁଭଦ୍ରା ଗେହ୍ଲେଇ
ନେଲା କି ସତେ ମନେଇ,
ତାକୁ ରଥେ ନେଲ ଶ୍ରୀଗୁଣ୍ଡିଚା ଗଲ
ତା କଥା ଭାଙ୍ଗିଲ ନାହିଁ ।
ଭାଇ ବଳଭଦ୍ର ନୀତି ନିଷ୍ପ ପରା
ସଦା ଥାନ୍ତି ନିରପେକ୍ଷ,
କାହିଁକି କେମିତି ହୋଇଲା ଏମିତି
ଧରି ଥିଲେ ତୁମ ପକ୍ଷ ।
ଶ୍ରୀମନ୍ଦିରେ ବସି କମଳା ଉଦାସୀ
ମନରେ କଲେ ବିଚାର,
ଦେଖା କରିବାକୁ ତାଙ୍କର ସ୍ଵାମୀଙ୍କୁ
ଯିବେ ଗୁଣ୍ଡିଚା ମନ୍ଦିର ।
ପାଶକୁ ବିମଳା ଚଳିଲେ
କମଳା
ଦିଶେ ବିରସ ବଦନ,
ବୁଝି ସବୁ କଥା ତାଙ୍କୁ ଆଦିମାତା
ଦେଲେ ସମ୍ମୋହନ ଚୂର୍ଣ୍ଣ ।
ସେହି ଗୁଣ୍ଡ ନେଇ ଗଲେ ମାନମୟୀ
ମିଳିଲେ ଜଗତ ନାଥ,
ଶ୍ରୀଜଗନ୍ନାଥଙ୍କ ପାଶେ ଚୂନ ଫିଙ୍ଗି
କଲେ ତାଙ୍କୁ ସମ୍ମୋହିତ ।
କହେ ବିଶ୍ଵ କର୍ତ୍ତା ଶୁଣ ସିନ୍ଧୁ ସୁତା
ଅଳପ ଦିନେ ଫେରିବି,
ଫେରିବା ସମୟେ ତୁମ ପାଇଁ ନିଶ୍ଚେ
ଶାଢ଼ୀ ରସଗୋଲା ନେବି,
ତଥାପି ଚଞ୍ଚଳା ଶାନ୍ତ ନ ହୋଇଲା
ରାଗେ ହୋଇ ଜର୍ଜରିତ,
ରାତି ଅନ୍ଧାରରେ ଫେରିଲେ ମନ୍ଦିରେ
ଭାଙ୍ଗି ନନ୍ଦିଘୋଷ ରଥ ।