Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Abstract

4  

Durjyodhan Barik

Abstract

ପହଣ୍ଡି ବିଜେ

ପହଣ୍ଡି ବିଜେ

1 min
227



ଘଣ୍ଟ ଘଣ୍ଟା ଶଂଖ ଖୋଳ କରତାଳି

   ହରିବୋଲ ହୁଳହୁଳି

ରଥ ଡାକୁଅଛି   ପଥ ବି ଡାକୁଛି 

   ଆସ ପ୍ରଭୁ ବନମାଳୀ  ।

    

ଡାହୁକ ଡାକୁଛି  ଭକତ ଡାକନ୍ତି

   ବଡଦାଣ୍ଡ ଉଛୁଳୁଛି,

ଟାହିଆ ହଲେଇ  ଆସେ ଭାବଗ୍ରାହୀ

   ସୁଗନ୍ଧ ଭାସି ଆସୁଛି ।


କେଡେ ମନଲୋଭା  ତାର କାନ୍ତି ଶୋଭା

     ନବଯଉବନ ବେଶ,

ଗୋଟି ପହଣ୍ଡିରେ ଆସେ ଜଗା ଧିରେ

    ବଡ ଦାଣ୍ଡେ ନନ୍ଦିଘୋଷ ।


ରଥର ଉପରେ  ଗଜପତି ରାଜା

    କରନ୍ତି ଛେରାପହଁରା,

ସୁନା ଖଡିକାରେ ରଥ ସଫାହେଲେ

     ଶ୍ରୀଜିଉ ବସିବେ ପରା  ।


ତୁଳସୀ ଦୟଣା   ଗଳାରେ ଲମ୍ଵିଛି

  ଦେଖ ପାଉଅଛି ଶୋଭା

ସୁବର୍ଣ୍ଣର ଚିତା  ଶ୍ରୀଅଙ୍ଗ ଶୋଭିତା

   ଲକ୍ଷେ ଜ୍ୟୋତିପୂର୍ଣ୍ଣ ଆଭା  ।

     

ରଥ ପଥ ଆଜି ଶୋଭା ପାଉଅଛି

   ତାର ଦିବ୍ୟ ସ୍ପର୍ଶ ପାଇ,

ଦେବତା ମାନବ ସର୍ବେ ଏକାକାର

   ଭାବ ଭକ୍ତି ସୁଧା ନେଇ  ।


କୋଟି ଲାବଣ୍ୟକୁ ଉପହାସ କରି

    କାହ୍ନୁ ରୂପକାନ୍ତି ହସେ,

କହ ଲକ୍ଷ୍ମୀପତି  ଶ୍ଳୀଧର ଶ୍ରୀପତି

  ଏମିତି କାହିଁକି ଦିଶେ  ।


ରହସ୍ୟ ଏହାର  ବ୍ରହ୍ମା ମହେଶ୍ୱର

    ବୁଝିବାକୁ ଅସମର୍ଥ,

 ଜଗତ କରତା ଆହେ ବିଶ୍ଵପିତା

   ଶ୍ରୀପଦେ ମୋ ପ୍ରଣିପାତ  ।



Rate this content
Log in

Similar oriya poem from Abstract