Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Classics

4  

Durjyodhan Barik

Classics

ବାହୁଡା ଯାତ୍ରା

ବାହୁଡା ଯାତ୍ରା

1 min
322



ସଜ ହୋଇଲେଣି ଚତୁର୍ଦ୍ଧା ମୂରତି

     ଓଲଟା ରଥରେ ଚଢ଼ି ,

ବାହୁଡ଼ି ଯିବାକୁ ରତ୍ନସିଂହାସନେ 

  ଆଡପ ମଣ୍ଡପ ଛାଡ଼ି  ।


ଭାଇ ଭଗ୍ନୀ ରଥ ବଡ଼ଦାଣ୍ଡେ ଛିଡ଼ା

   ଧ୍ଵଜା ଉଡ଼େ ଫର ଫର ,

ନନ୍ଦିଘୋଷେ ବିଜେ ଛଳିଆ ଠାକୁର

    ହଟିଆ ନଟ ନାଗର  ।


ଘଣ୍ଟଘଣ୍ଟା ଖୋଳ ଗିନି କରତାଳ

    ବାଜେ ଶଂଖ ହୁଳହୁଳି, 

ନାଚନ୍ତି ଭକତ ଡାକି ଜଗନ୍ନାଥ

  ବଡ଼ଦାଣ୍ଡେ ବାହୁ ତୋଳି l


ବଳଗଣ୍ଡି ଠାରେ ଅର୍ଦ୍ଧାଶିନୀ ମାତା

 ପୋଡ଼ପିଠା ଟିକେ କରି,  

ଅପେକ୍ଷା କରିଛି ପୁଅକୁ ତାହାର

    ମନ୍ଦିରେ ଆସିବେ ହରି  ।


ମହାଲକ୍ଷ୍ମୀ କାନ୍ଦି ଦିନ ଗଣୁଛନ୍ତି

     ଆଖିରୁ ମଲାଣି ପାଣି,

ଦଶଦିନ ମାତ୍ର ଦଶ ଯୁଗ ଲାଗେ

    ହେଲେ ଦୂର ଚକ୍ରପାଣି ।


କାଳିଆ ସାଆନ୍ତ ଜଗତର ନାଥ

   ଲୀଳା କରୁ ଶ୍ରୀମନ୍ଦିରେ,

ଲୀଳାମୟ ହରି ନିଳାଦ୍ରୀ ବିହାରୀ

    ଜୟ ଜଗଦୀଶ ହରେ  ।


     


Rate this content
Log in

Similar oriya poem from Classics