Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Classics

4  

Durjyodhan Barik

Classics

ନବମୀ ସାନ୍ଧ୍ଯ ଦର୍ଶନ

ନବମୀ ସାନ୍ଧ୍ଯ ଦର୍ଶନ

1 min
261



ଆଡପ ମଣ୍ଡପେ  ବିଜେ କରିଅଛ

କାଳିଆ କଳା ବାମନ,

ସେ ପବିତ୍ର ସ୍ଥାନ  କରିଲେ ଦର୍ଶନ

ପାପ ହୁଅଇ ଖଣ୍ଡନ  ।

ନମୋ ପରଂବ୍ରହ୍ମ   ନିତ୍ୟ ନିରଞ୍ଜନ

ମାଧବ ଚକାନୟନ,

ହର ଦୁଃଖୀ ଦୁଃଖ  ଅଧର୍ମ କଳୁଷ

ବାରେ ଶ୍ରୀ ମଧୁସୂଦନ ।

ଜଗୁଆଳି ଭଳି ଶ୍ରୀକ୍ଷେତ୍ର ଜଗିଛ

ପଡେନି ନେତ୍ର ପଲକ,

ତୁମରି ନିର୍ଦେଶେ ସବୁ ଆତ ଜାତ

ବାଙ୍କ ଚାହାଣୀ ରେ ଦେଖ ।

ବରଷକେ ଥରେ ମାଉସୀ ଘରକୁ

ଭାଇ ଭଗ୍ନୀ ସାଥେ ନେଇ,

ବୁଲିବାକୁ ଯାଅ ମାଉସୀ ମନ୍ଦିର

ରୁହ ନବ ଦିନ ପାଇଁ ।

ମାଉସୀ ହାତରୁ ପୋଡପିଠା ଖାଅ

ପାଅ ଯେ କେତେ ଆଦର,

ଦଶମୀ ତିଥିଟି  ହେଲେ ଉପନୀତ

ଫେରି ଆସ ଶ୍ରୀମନ୍ଦିର ।

ହେ କଳା ବାମନ ଜଗତ ଜୀବନ

ରହି ଥାଅ ଆଠ ଦିନ,

ନବମୀ ତିଥିରେ ସଂଧ୍ଯା ସମୟରେ

ହୁଏ ଶେଷ ଦରଶନ ।

ଜନମ ବେଦୀରେ ନବମୀ ତିଥିରେ

କରିଲେ ସାନ୍ଧ୍ୟ ଦର୍ଶନ,

ସାର୍ଥକ ହୋଇବ ଦୁର୍ଲ୍ଲଭ ଜୀବନ

ବୁଝି ଥାରେ ମୁଢ ମନ ।

ବାହୁଡା ଯାତ୍ରାର ପୂର୍ବ ଦରଶନ

ଜନମ ବେଦୀ ଉପରେ,

କରି ଭକ୍ତ ସବୁ  ଧନ୍ଯ ହୋଇ ଥାନ୍ତି

ଆସନ୍ତି ବର୍ଷକୁ ଥରେ ।

    


Rate this content
Log in

Similar oriya poem from Classics