Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Romance

4  

Durjyodhan Barik

Romance

ମନ ମୟୂରୀ

ମନ ମୟୂରୀ

1 min
353



ମୋ ମନ ମୟୂରୀ  ସ୍ଵର୍ଗ ଅପସରୀ

ମୋ ମନକୁ କଲ ଚୋରି,

ସମ୍ମୁଖେ ଆସିଲେ ଲାଜ କରୁଥିଲ

ଲାଜକୁଳୀ ଲତା ପରି ।


ତୁମ ଗଣ୍ଡ ଦେଶ  ଗୋଲାପ ସଦୃଶ୍ୟ

ରକ୍ତବର୍ଣ୍ଣ ଦିଶୁଥାଇ,

ଥିରି ଥିରି କରି  ଆଖି ଦିଅ ଠାରି

ପ୍ରେମର ପରଶ ପାଇଁ ।


ନିରୋଳା ରାତିରେ  ବାଦଲ ଉହାଡେ

ସ୍ଵପ୍ନରେ ତୁମକୁ ଦେଖେ,

ତୁମ ବିନା ରାତି ଲାଗେ ନାହିଁ ଭଲ

ତୁମକୁ ଖୋଜେ ମୁଁ ପାଖେ ।


ସୁମଧୁର ମହୁ ତୁମ ଓଠୁ ଝରେ

ଓଠ ମୋର ବ୍ଯଗ୍ର ଖାଲି,

ହୃଦୟ ଷ୍ପନ୍ଦନ ବଢିଯାଏ ମୋର

ଚୁମ୍ବନ ଆଙ୍କିବି ବୋଲି ।


ମଲ୍ଲୀର ଗଜରା ଗଭାରେ ବାନ୍ଧିଛ

ମୋତେ କରେ ଆକର୍ଷଣ,

ପ୍ରୀତି ମନୋବାଞ୍ଛା  ଦୁହିଁଙ୍କର ଈଚ୍ଛା

ମିଳନେ ହେବ ପୂରଣ ।


ଯେବେ ତୁମେ ହସ ଚାନ୍ଦ ପରି ଦିଶ

କାହିଁକି ଅଛ ମଉନ,

କହିଦିଅ ବାରେ  ମୋହରି କାନରେ

ତୁମେ ମୋ ପରାଣ ଧନ ।


   


Rate this content
Log in

Similar oriya poem from Romance