ମୋ ମାମୁଁଘର-----------ଜହ୍ନ ରାଇଜରେ ମାମୁଁଘର ମୋର
ମୋ ମାମୁଁଘର-----------ଜହ୍ନ ରାଇଜରେ ମାମୁଁଘର ମୋର
ଜହ୍ନ ରାଇଜରେ ମାମୁଁଘର ମୋର
ଚନ୍ଦ୍ରଯାନେ ଯିବି ବସି
ମାମୁଁ ମାଇଁ ମୋର ଦେଖିଲେ ତାଙ୍କର
ଭଣଜାକୁ ହେବେ ଖୁସି ।
ଦିନେ ଦିନେ କରି ଗୋଟେ ଗୋଟେ ମାଇଁ ମୋତେ ଯେ ଆଦର କରି
ଜଣେ ଖୋଇ ଦେଲେ ଦୁଧ ଭାତ ମୋତେ
ଆନ ଖୋଇ ଦେବେ ଖିରି ।
ସତାଇଶ ମାଇଁ ଏମିତି ଏମିତି
ସ୍ଵାଦିଷ୍ଟ ବ୍ଯଞ୍ଜନ ଖୋଇ
ସୁନା ପଲଙ୍କରେ ଗେହ୍ଲ କରି ମୋତେ
ନିତି ଦେଉଥିବେ ଶୋଇ ।
ମାମୁଁ ଆଣି ଦେବେ କେତେ ଯେ ଦରବ
ତାଙ୍କ ଗ୍ରାମ ବୁଲାଇବେ,
କେମିତି ରୋଭର ଫୋଟୋ ତୋଳୁ ଅଛି
ମୋତେ ସବୁ କହି ଦେବେ ।
ଆହୁରି ଦେଖିବି ଦରିଆ ପାହାଡ଼
ନଦ ନଦୀ ଆଉ ଝର
କେମିତି ଦିଶନ୍ତି ଜହ୍ନ ରାଇଜରେ
କୀଟ ପଶୁ ପକ୍ଷୀ ନର ।
କେମିତି ମାମୁଁ ମୋ ଆଲୋକରେ ବଢେ
ପନ୍ଦର ରେ ପୂର୍ଣ୍ଣ ହୁଏ
ଅନ୍ଧାର ଆସିଲେ କ୍ଷୀଣ ହୋଇ ହୋଇ
ପନ୍ଦରରେ ହଜି ଯାଏ ।
ଏକ ମାସ ରହି ଜହ୍ନ ରାଇଜରେ
ଘରକୁ ଆସିବି ଫେରି
ଯେତେ ସବୁ ସ୍ମୃତି ସାଉଁଟି ଆଣିବି
ଅଣ୍ଟାରେ ଅଣ୍ଟିଏ ଭରି ।
