STORYMIRROR

Pranati Mahapatra

Classics Children

5  

Pranati Mahapatra

Classics Children

ବିଜୟାଦଶମୀ

ବିଜୟାଦଶମୀ

1 min
428

(ରାଗ: ଶଙ୍କରାଭରଣ )


ବିଜୟର ନିଦର୍ଶନ ବିଜୟାଦଶମୀ

ଅସତ୍ୟରେ ଅନ୍ୟାୟରେ ସତ୍ୟନ୍ୟାୟ ଧର୍ମୀ

    ପୂଜା ଆଶ୍ବିନ ମାସରେ

ଦୁର୍ଗାରୂପେ ମହାଶକ୍ତି ପୂଜିତ ଧରାରେ ।।


ଯୁଗେଯୁଗେ ସତ୍ୟନ୍ୟାୟ କେତନ ଉଡ଼ଇ

 ଅନ୍ୟାୟରେ ମହାମାୟୀ ଆବିର୍ଭୁତା ହୋଇ

    ଦୁଷ୍ଟ କରନ୍ତି ବିନାଶ

ଅତ୍ୟାଚାରୀ ବିନାଶିଣ ବାଣ୍ଟିଥାନ୍ତି ହସ ।।


ମହିଷାର ଅତ୍ୟାଚାର ଅସହ୍ୟ ହୋଇଲା

ତ୍ରିଦେବଙ୍କ ପରାମର୍ଶେ ଉପାୟ ଆସିଲା

       କାତ୍ୟାୟନ ଆଶ୍ରମର

 ପ୍ରକଟିତ ଦୁର୍ଗାଦେବୀ ଅପୂର୍ବ ରୂପର ।।


ସର୍ବଦେବ ଦେବୀଙ୍କର ଆୟୁଧ ବଳରେ

ଯୁଦ୍ଧକଲେ ମାଆ ସିଂହବାହିନୀ ରୂପରେ

     ମହିଷାସୁର ସାଥିରେ

ଶୂଳଦ୍ବାରା ବିଦ୍ଧକଲେ ମହିଷା ହୃଦରେ ।।


ଖଡ୍ଗଦ୍ବାରା ଶିରଛେଦ କଲେ ମହାମାୟୀ

ନିହତ ମହିଷା ଶାନ୍ତି ଲଭିଲା ଏ ମହୀ

    ସେସମୟ ଥିଲା ଜାଣ

ଚୈତ୍ରଶୁକ୍ଳ ଅଷ୍ଟମୀ ନବମୀ ସନ୍ଧିକ୍ଷଣ ।।


ତ୍ରେତୟାରେ ରାବଣର ନିଧନ ନିମିତ୍ତ

ରାମଚନ୍ଦ୍ର କଲେପୂଜା ଆଶ୍ବିନେ ତାହାତ

     ପୂଜା ଆଶ୍ବିନ ଚଇତ

ଉଭୟ ସମୟେ ମହାପୂଜା ପ୍ରଚଳିତ ।।


ବିଜୟାଦଶମୀ ନବମୀର ପରଦିନ

ବିଜୟାଭିଷେକ ପରମ୍ପରା ତାହାଜାଣ   

    ଯୁଦ୍ଧ ପରବର୍ତ୍ତୀ କ୍ଷଣ

ହୁଅଇ ସର୍ବତ୍ର ପୂଜା ଏ ସାର୍ବଜନୀନ ।।


ମହାବିଦ୍ୟା ମହାମାୟା ମହାଯୋଗେଶ୍ବରୀ

କ୍ଷର ନାହିଁ ଯେଣୁ ଅକ୍ଷରା ନାମ ତାଙ୍କରି

     ବନରେ ପ୍ରଭୁଶ୍ରୀରାମ 

ଶହେଆଠ ନୀଳପଦ୍ମେ ପୂର୍ଣ୍ଣ ମନସ୍କାମ ।।


ଜଗତରୁ କାମକ୍ରୋଧ ଲୋଭମୋହ ମାୟା

ହରିନେଇ ଅକ୍ଲେଶରେ କରିଥାନ୍ତି ଦୟା 

      ସନ୍ତାନ ବତ୍ସଳା ମାଆ

ତା'ପଣତ ଘୋଡେଇ ମା'ହୋଇଥାଏ ସାହା।


ବିଜୟାଦଶମୀ ଦିଏ ମହତ ବାରତା

ଅଧର୍ମ ଉପରେ ଧର୍ମ ବିଜୟ କରତା

     ଏ ଅଟେ ବିଜୟଯାତ୍ରା

ମହାଶକ୍ତି ବ୍ରହ୍ମମୟୀ ଜୟ ଆଦିମାତା ।।



Rate this content
Log in

Similar oriya poem from Classics