Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

4  

Pranati Mahapatra

Inspirational

ମାଆ ଶାରଦେ

ମାଆ ଶାରଦେ

1 min
252



ଶରତର ଏହି ପବିତ୍ର ବେଳାରେ

   ଶାରଦାଙ୍କ ଆଗମନେ,

ନବଦିନାତ୍ମକ ପୂଜାରେ ନୈବେଦ୍ୟ

    ବାଢେ ଭକ୍ତିପୂତ ମନେ,

   ମାଆ ଯେ ସନ୍ତାନ ମେଳେ

ଅପରୂପା ବେଶେ ଦଶଭୂଜା ରୂପେ

    ଦେଖନ୍ତି ଭକତ ଜନେ ।


ନବରାତ୍ର ପୂଜା ଅଷ୍ଟମ ଦିବସେ 

   ମହାଗୌରୀ ପୂଜା ପାଆନ୍ତି,

ଶାନ୍ତ ସୌମ୍ୟ ରୂପ ପୁଣି ଗୌର ବର୍ଣ୍ଣ

   ବୃଷଭ ବାହନେ ଥାନ୍ତି,

   ପରିଧାନ ଶ୍ବେତବସ୍ତ୍ର

ଚତୁର୍ଭୁଜା ରୁପ ଡ଼ମ୍ବରୁ ତ୍ରିଶୂଳ

  ଅଭୟ ଯେ ଦେଇଥାନ୍ତି ।


ଶୈଳପୁତ୍ରୀ ମାତା ପର୍ବତ ଦୁହିତା

    ଜାଣି ପୂର୍ବ ଜନ୍ମ କଥା ,

ବର୍ଷ ଆଠ ମାତ୍ର ତପସ୍ୟାରେ ରତ 

   ପତିରୂପେ ଶିବ ଯଥା,

   ଫଳ,ପତ୍ରର ଭୋଜନେ

କିଛି ଦିନ ଗତ ଆହାର ମରୁତ

    ତପସ୍ୟାରେ ସିଦ୍ଧି ପ୍ରାପ୍ତା ।।


ମହାଗୌରୀ ଶାନ୍ତ ସୌମ୍ୟକାନ୍ତି ରୂପ

    ନୈବେଦ୍ୟ ବାଢେ ଭକତ ,

ମନୋବାଞ୍ଛା ପୂର୍ଣ୍ଣ ଭକ୍ତିଭାବ ପ୍ରାଣ

    ଅଭୟ ପାଏ ଜଗତ,

    ଆଗମନେ ସେ ଶରତ

ଧରା ପ୍ରଫୁଲ୍ଲିତ ସର୍ବେ ଉଲ୍ଲସିତ

     ମାଆ ମୋର ଆନନ୍ଦିତ ।।


Rate this content
Log in

Similar oriya poem from Inspirational