Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Children

3  

Pranati Mahapatra

Children

ଏମିତି ଏ ଦିନ ଚାଲିଯାଉ

ଏମିତି ଏ ଦିନ ଚାଲିଯାଉ

1 min
134



ଏମିତି ଏ ଦିନ ଚାଲିଯାଉ

ତୁମରି ତୁଳସୀ ତୁମରି ନିର୍ମାଲ୍ୟ

 ନିତି ମୋ ତୁଣ୍ଡରେ ବାଜୁଥାଉ

ଏମିତି ଏ ଦିନ ଚାଲିଯାଉ ।


ହସ ହସ ମୁଖ ହେ ପଙ୍କଜ ମୁଖ

   ଏ ନୟନ ସଦା ଦେଖୁଥାଉ,

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  ଉଚ୍ଚ ସ୍ବରେ ତୁଣ୍ଡ ଗାଉଥାଉ,

ନାଲି ବିମ୍ବାଧରେ ଖିଲି ଖିଲି ହସ

     ସେ ହସେ ବଶ ହେଉ ,

  ଏମିତି ଏ ଦିନ ଚାଲିଯାଉ।


ତୁମକୁ ଦେଖିବା ତୁମକୁ ପାଇବା

   ଜୀବନର ବ୍ରତ ହେଉ,

ସପନ ପୂରଣ କର ନାରାୟଣ

   ସେ ନୟନ ମତେ ଦେଖୁଥାଉ,

 ଶ୍ରୀ ଅଙ୍ଗ ସୁନ୍ଦର ଆହେ ପୀତାମ୍ବର

      ଭୁବନ ମୋହନ ନାଚୁଥାଉ ,

ଏମିତି ଏ ଦିନ ଚାଲିଯାଉ।


ନାହିଁ ତ କାମନା ନାହିଁ ବି ବାସନା

   ମାଗିବା ଆଗରୁ ଦେଉଥାଉ,

ଆରତନାଶନ ମନ ଦର୍ପଣ

    ନିତି ଶ୍ରୀ ମୁଖକୁ ଦେଖୁଥାଉ,

ତୋର ନାମ ଗାଇ ତୋ ଶ୍ରୀ ରୂପଧ୍ୟାୟୀ

   ଶ୍ରୀ ପଦେ ଏ ଆତ୍ମା ଲୀନ ହେଉ ,

  ଏମିତି ଏ ଦିନ ଚାଲିଯାଉ।



Rate this content
Log in

Similar oriya poem from Children