STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

କନ୍ୟାରତ୍ନ

କନ୍ୟାରତ୍ନ

1 min
206


ମୁକୁଟ ବିହୀନ ରାଣୀ

ଶ୍ୱେତପଦ୍ମା ସୁନା ଗଉଣୀ

ଦୁଇ କୂଳ ହିତା ଜଗତଜିତା

ପୂର୍ଣ୍ଣିମା ଚାନ୍ଦିନୀ ରାଣୀ

ଗୁଣରେ ଆଦର ସଭିଙ୍କ ରାଣୀ

ଗୁଣ ଚିହ୍ନେ ସେ ବଣିଆ ପୁଣି

ସାହାସ ଶକତି ଅଫୁରନ୍ତ ମୁଣି

ଶିକ୍ଷା ଦୀକ୍ଷାର ରାଜରାଣୀ

କରେ ନାହିଁ ଅଝଟ ହୁଏନା ଅବୁଝା

ହେଉ ଯେତେ ହିନିମାନୀ

ରକ୍ଷାକରେ ମର୍ଯ୍ୟାଦା ମଉଡମଣୀ

ମାଣିକପାଟଣା ମାଣିକ ଗଉଡୁଣୀ

ଗୁଣ ପାରିବ କେ ବଖାଣି

ସେ ତ ଅଲିଅଳି ଜେମାମଣି

ଝିଅଟିଏ ଥିଲେ ମନ ବୁଝେ ମନ ରାଣୀ

ଅବୁଝା ନଦୀର ଧାରେ ଜଳଧାରା ପୁଣି

ଶିଖି ଶିଖାଇ ହସି ହସାଏ ପରଶମଣି

ଭାଇ ସାଥେ ଥିଲେ ସୁନାନାକି ଭଉଣୀ

ରାକ୍ଷୀର ସାକ୍ଷୀ ହୁଏ ସରସ ତାର କାହାଣୀ

ସେଇ ଝିଅ ପରା ଲକ୍ଷ୍ମୀ ଠାକୁରାଣୀ

ସାତ ସାଧବ ଗେହ୍ଲା ତଅପୋଇ ଭଉଣୀ

କେତେ ତା କାହାଣୀ ମୁଣି

ସୂର୍ଯ୍ୟ ଚନ୍ଦ୍ର ଆଉ ଦିନ ରାତି ପରି

ଝିଅଟି ଗାଏ ଭାଗବତ ଗୀତା ମନ ଜାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational