କନ୍ୟାରତ୍ନ
କନ୍ୟାରତ୍ନ
ମୁକୁଟ ବିହୀନ ରାଣୀ
ଶ୍ୱେତପଦ୍ମା ସୁନା ଗଉଣୀ
ଦୁଇ କୂଳ ହିତା ଜଗତଜିତା
ପୂର୍ଣ୍ଣିମା ଚାନ୍ଦିନୀ ରାଣୀ
ଗୁଣରେ ଆଦର ସଭିଙ୍କ ରାଣୀ
ଗୁଣ ଚିହ୍ନେ ସେ ବଣିଆ ପୁଣି
ସାହାସ ଶକତି ଅଫୁରନ୍ତ ମୁଣି
ଶିକ୍ଷା ଦୀକ୍ଷାର ରାଜରାଣୀ
କରେ ନାହିଁ ଅଝଟ ହୁଏନା ଅବୁଝା
ହେଉ ଯେତେ ହିନିମାନୀ
ରକ୍ଷାକରେ ମର୍ଯ୍ୟାଦା ମଉଡମଣୀ
ମାଣିକପାଟଣା ମାଣିକ ଗଉଡୁଣୀ
ଗୁଣ ପାରିବ କେ ବଖାଣି
ସେ ତ ଅଲିଅଳି ଜେମାମଣି
ଝିଅଟିଏ ଥିଲେ ମନ ବୁଝେ ମନ ରାଣୀ
ଅବୁଝା ନଦୀର ଧାରେ ଜଳଧାରା ପୁଣି
ଶିଖି ଶିଖାଇ ହସି ହସାଏ ପରଶମଣି
ଭାଇ ସାଥେ ଥିଲେ ସୁନାନାକି ଭଉଣୀ
ରାକ୍ଷୀର ସାକ୍ଷୀ ହୁଏ ସରସ ତାର କାହାଣୀ
ସେଇ ଝିଅ ପରା ଲକ୍ଷ୍ମୀ ଠାକୁରାଣୀ
ସାତ ସାଧବ ଗେହ୍ଲା ତଅପୋଇ ଭଉଣୀ
କେତେ ତା କାହାଣୀ ମୁଣି
ସୂର୍ଯ୍ୟ ଚନ୍ଦ୍ର ଆଉ ଦିନ ରାତି ପରି
ଝିଅଟି ଗାଏ ଭାଗବତ ଗୀତା ମନ ଜାଣି।
