ଉଠରେ ଉଠରେ
ଉଠରେ ଉଠରେ
ଗଛଡାଳେ ବସି ସୁଷୁରୀ ବଜାଇ
କହଇ କପୋତ ମାତା
ତଳ ଡାଳେ ବସି କାହିଁକି ବାହୁନ
ଶୁଣ ହେ କପୋତ ପିତା ।
ଦୟାକଲେ ବିହି କାଳରାତ୍ରି ପାହି
ସୂରୁଜ ନୂଆ ଉଦୟ
ତୋଳାହେବ ଦିବ୍ୟ ଭବ୍ୟ ମନ୍ଦିର
ଦିନବାର ଆଜି ଥୟ ।
ରଘୁକୂଳମଣି ପ୍ରଭୁ ରାମଚନ୍ଦ୍ର
ଦେବୀ ସୀତା ଓ ଲକ୍ଷ୍ମଣ
ଆବର ପ୍ରତିଷ୍ଠା ହୋଇବେ ପ୍ରତ୍ୟକ୍ଷେ
ମହାବୀର ହନୁମାନ ।
ସତ୍ୟ ଶାନ୍ତି ଦୟା ସୁସମ୍ବନ୍ଧ ରକ୍ଷା
ମାନବୀୟ ସଦଗୁଣ
ମର୍ଯ୍ୟାଦା ପୁରୁଷ ରାଜୀବ ଲୋଚନ
ଉତ୍ତମ ଶ୍ରେଷ୍ଠ ପ୍ରମାଣ ।
ଶିକ୍ଷା ର ନୂତନ ଉଜ୍ଜ୍ବଳ ଆଲୋକେ
ଅନ୍ଧକାର ହେବ କ୍ଷୟ
ବିନାଶ ହୋଇବ ଅସତ୍ୟ ଅନ୍ୟାୟ
ଧର୍ମର ହେବ ଜୟ ।
ରହିବନି ଆଉ ଅଭାବ କଷଣ
ସ୍ୱ।ବଲମ୍ବୀ ହେବେ ଜନ
ବିକାଶ ହୋଇବ କର୍ମ କୁଶଳତା
ରାମରାଜ୍ୟ ସତ ସ୍ୱପ୍ନ ।
ଘର ପରିବାର ବୈକୁଣ୍ଠ ସମାନ
ପୁରୁଷୁ ପୁରୁଷୋତ୍ତମ
ନଗରୀ ଅଯୋଧ୍ୟା ମଣିଷ ହୃଦୟ
ବିକଶୁ ସୈ।ମ୍ୟ ସୁଷମ ।
ସେରକ ପୂରିଲା ମାଣକ ପୂରିଲା
ଉଠରେ ଉଠରେ ପୂତା
ରଖ କୂଳପାଳ ଶୀଳ ସୁସଂସ୍କାର
ହସୁ ଆମ ଦେଶ ମାତା ।
------++-----
