STORYMIRROR

Minakshi Samal

Inspirational

3  

Minakshi Samal

Inspirational

ଶାଶ୍ବତ ପ୍ରେମ ......ଏକ ସନେଟ୍

ଶାଶ୍ବତ ପ୍ରେମ ......ଏକ ସନେଟ୍

1 min
188

ପ୍ରେମ ଅଟେ ହୃଦୟର ମଧୁର ମିଳନ

ମନ ଚିନ୍ହେ ଭଲକରି ଆଉ ଏକ ମନ

ସଂସାରର ସାଗରରେ ମୋତି ସମ ଦୁଇ

ଆତ୍ମା ଯୋଡି ହୋଇଯାଏ ପରସ୍ପର ପାଇଁ।


ଜଣକର ଦୁଃଖରେ ଯେ ଅନ୍ୟଜଣେ କାନ୍ଦେ

ଛାଇପରି ରହିଥାଏ ଭଲ ଆଉ ମନ୍ଦେ

କ୍ଷୀର ନୀର ସମ୍ପର୍କର ସେତୁବନ୍ଧ ବାନ୍ଧି

ସୁଖରେ କାଟନ୍ତି ଦିନ ପ୍ରେମେ ହୋଇ ବନ୍ଦୀ।


ଦୁଃଖରେ କାତର ଅବା ସୁଖରେ ବିଭୋର

ନହୋଇ କରିଥାନ୍ତି ସମାନ ଉପଚାର

ସମାଜ ପାଇଁ ହୁଅନ୍ତି ସେମାନେ ଆଦର୍ଶ

ଚତୁର୍ଦ୍ଦିଗେ ବ୍ୟାପିଯାଏ ତାଙ୍କ ଖ୍ୟାତି ଯଶ।


ଶାଶ୍ବତ ପ୍ରେମର ନାମ କରନ୍ତି ସାର୍ଥକ

ସେ ପ୍ରେମୀ ଯୁଗଳ ପାଶେ ମୁଁ ନତ ମସ୍ତକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational