STORYMIRROR

Minakshi Samal

Others

4  

Minakshi Samal

Others

ଗ୍ରୀଷ୍ମ ପ୍ରକୋପ

ଗ୍ରୀଷ୍ମ ପ୍ରକୋପ

1 min
18


ଗ୍ରୀଷ୍ମ ପ୍ରବାହରେ ସନ୍ତାପିତ ଆଜି ସକଳ ପ୍ରାଣୀ ଜଗଦ

ତ୍ରାହି ତ୍ରାହି ଡାକି ଗୁହାରୀ କରନ୍ତି ରକ୍ଷା କର ଜଗନ୍ନାଥ।

ମହାରୌଦ୍ରତାପେ ଶରୀର ଜଳୁଛି, ଜଳୁଛି ମହୀ ମଣ୍ଡଳ

ଶୁଷ୍କ ଯେ ହେଉଛି ଜଳସ୍ତର କ୍ରମେ ‌ସର୍ବତ୍ର ଅଭାବ ଜଳ।

କ୍ରମାଗତଭାବେ କାୟା ବିସ୍ତାରୁଛି ଗ୍ରୀଷ୍ମ ର ତାପ କରାଳ

ବିପର୍ଯ୍ୟସ୍ତ ଜୀବନଯାତ୍ରା ହୋଇଛି ଦିନକୁ ଦିନ ଜଟିଳ ।

ଭାରସାମ୍ୟ ପ୍ରକୃତିର ହଜିଯାଇ ପଡ଼ିଛି ଏହି ବିପତ୍ତି

ମନୁଷ୍ୟ ସମାଜ ଦାୟୀ ଏଥିପାଇଁ ନାହିଁ ଏଥିରେ ଦ୍ବିରୁକ୍ତି।

କଳ କାରଖାନା, ଶିଳ୍ପ ଉନ୍ନୟନ ,କଙ୍କ୍ରିଟ ଜଙ୍ଗଲ ତଳେ

ହଜିଯାଇଅଛି ସବୁଜ ବନାନୀ କାଳର ସ୍ରୋତ କବଳେ।

କୃଷକର ଶସ୍ୟ କ୍ଷେତ୍ରରେ ଗଢ଼ି ଉଠୁଛି ଉଚ୍ଚ ଅଟ୍ଟାଳିକା 

ଭବିଷ୍ୟତେ ଉପୁଜିବ ଖାଦ୍ୟାଭାବ ନାହିଁ ମନେ କା'ର ଦକା।

ଶୀତତାପ ନିୟନ୍ତ୍ରିତ କୋଠରୀରେ ଆରାମର ହୁଏ ବୃଷ୍ଟି 

ବିପଣୀ ମାନଙ୍କ ଶୀତଳତା ଟାଣି ନିଏ ଗ୍ରାହକଙ୍କ ଦୃଷ୍ଟି ।

ପ୍ରଯୁକ୍ତି ବିଦ୍ୟାର କୁପରିଣାମ ଯେ ହେବ କେତେ ଭୟାନକ

ଏ ସତ୍ୟ ଭୂଲି ମାନବ କରୁଅଛି  ନିଜକୁ କୁଠାରାଘାତ।



Rate this content
Log in