STORYMIRROR

Ashutosh Meher

Inspirational

3  

Ashutosh Meher

Inspirational

ଆଶା ର ଯାତ୍ରା

ଆଶା ର ଯାତ୍ରା

1 min
202


ଚାଲିବାକୁ ଅଛି ବାଟ ବହୁ ଦୂର

ଜୀବନ ଏ' ମରୁଭୁଇଁ

ଆଶା ପାଲଟଇ ମରୀଚିକା କେବେ

ମନ ହୁଏ ହାଇଁ ପାଇଁ !!

ମରୁଦ୍ୟାନ କାହିଁ ଦୂରେ ଲୁଚିଥାଏ

ଅପାହାନ୍ତି ସତେ ସିଏ

ଖୋଜି ବୁଲେ ଆଖି ଆଶା ଭରା ମନ

ବଞ୍ଚିବାର ରାହା ଦିଏ !!

ଜୀବନ ଆଶା ର ଜୀବନ ଯାତ୍ରା ସେ

ଅହରହ ବାଟ ଚଲା

ଛୋଟ ଦୁଇ ପାଦ ବାଟ ମାପି ଚାଲେ

ସକାଳ ରୁ ସଂଜ ବେଳା।



Rate this content
Log in

Similar oriya poem from Inspirational