ରାସ
ରାସ
ରଙ୍ଗ ଅବିରକୁ ବୋଳି ଦେଲି ଯେବେ
ମୁରୁକି ଦେଲ ଯେ ହସି
ସେଇ ଧାରକ ତ' ବିଜୁଳୀ ଚମକ
ହୃଦେ ହୋଇଗଲା ଲେସି।
ସେ ରଙ୍ଗ ଚମକ ଛୁଆଁ ର ମହକ
କେତେ ଶିହରଣ ଭରା
ଶୀତଳ ପରଶ ମନେ ଭରି ଦିଏ
ପୁନେଇ ଜୋଛନା ଧାରା ।
ଇନ୍ଦ୍ରଧନୁ ସାତ ରଙ୍ଗ ପସରା ସେ
ମହମହ ପ୍ରେମ ବାସ
ସ୍ବର୍ଗୀୟ ମାଧୁରୀ ମନ ଅଗଣାରେ
ଅଜଣା ପୁଲକ ରାସ।