STORYMIRROR

Ashutosh Meher

Inspirational

3  

Ashutosh Meher

Inspirational

ଜୀବନର ଅନୁରାଗ

ଜୀବନର ଅନୁରାଗ

1 min
219


ଜୀବନ ଆକାଶେ ସୁଖ ସତେ ଅବା ଭସା ବାଦଲର ଛାଇ

ହୁତୁହୁତୁ ଜଳେ ତେଜସ୍ବୀ ସମ କି!ଦୁଃଖ କରୁଥାଏ ବାଇ।

ସୁଖ କ୍ଷଣକାୟ ଦୁଃଖ ଅପ୍ରମିତ ତୁଳନା କଦାପି କାହିଁ

ଜୀବନ ସାଗରେ ଯାତନା ଜଂଜାଳ ସୁଖ ଯେ ଦେଖା ନାହିଁ।।


ସୁଖେ ଦୁଃଖେ ଭରା ଜୀବନ ସରିତା ଆଗେ ଯାଉଥାଏ ବଢି

ସୁଖ ଝରା ଫୁଲ,ଦୁଃଖ ଦଳେ ମୋଡେ ପାଦରେ ଅଫୁଟା କଢି।

ଇନ୍ଦ୍ରଧନୁ ସମ ସୁଖ ଲୁଚେ,ସିଏ କ୍ଷଣିକ ହସର ଧାର

ଅବିରତ ଭାବେ ଦୁଃଖ ଭେଦୁଥାଏ କଣ୍ଟା ଫୋଡି ବାର ବାର।।


କ୍ଷଣିକର ସୁଖ ଶକତି ଯୁଟାଏ ସହିବାକୁ ଦୁଃଖ ଶତ

ଝଲକର ଧାରେ ଅନ୍ଧକାର ହଟେ ହେଉପଛେ ଅନାହୁତ।

ସେ ସୁଖ ଅମୃତ ଜୀବନ ଗଢଇ ଦୁଃଖ ଛପେ ପୃଷ୍ଠଭାଗେ

ସୁଖ ଦୁଃଖ ରଙ୍ଗ ଫେଣ୍ଟା ଫେଣ୍ଟି ହୁଏ ଜୀବନ ର ଅନୁରାଗେ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational