ଲୁହ
ଲୁହ
1 min
513
ଲୁହ ତ ସତରେ ହୃଦୟର ଗାଥା
କହି ତ ପାରେନା ପୁରା
ଝରି ଯାଏ ତେଣୁ ଆଖିର କୋଣରୁ
ସତେ କି ମରମ ଧାରା ।
ମନ ଭିତରର ଉତ୍ତାଳ ତରଙ୍ଗ
ଗହିର ତଳର କଥା
ବହି ଯାଏ ତେଣୁ ସାଥେ ଧୋଇ ନେଇ
ପରାଣ ଭିତର ବ୍ୟଥା
ଦୁଃଖ ଧୋଇ ଯାଏ ହସର ପଣତେ
ଶୀତଳ ଆଉଁସେ ପରା ।।୧।।
ଅମୂଲ ମୂଲ ସେ ମନ ପରିଭାଷା
ଲୁହର ଭାଷାରେ ଲେଖା
ସେଇ ତ କାହାଣୀ ଯୁଗ ଯୁଗ ଧରି
ଦୁଇ ମନ ମନେ ଯୋଖା
ଲୁହା ବାନ୍ଧି ଧରେ ଏକକୁ ଆରେକ
ପୀରତି ସ୍ମୃତିର ଧାରା ।।୨।।
ଆଶୁତୋଷ ମେହେର
