STORYMIRROR

Ashutosh Meher

Inspirational

3  

Ashutosh Meher

Inspirational

ଲକଡାଉନ ଓ ଜୀବନ

ଲକଡାଉନ ଓ ଜୀବନ

1 min
250

ଲକଡାଉନରେ ନିରବତା ଛାଏ ଜୀବନ ଜଂଜାଳ ଭରା

ମନ ଭିତରର ଗଭୀରତା ସତେ ଲାଗଇ ଅଧୁରା ପରା।

ଚଳ ଚଞ୍ଚଳ ସେ ମନର ସାଗର ଅଧୀର ଉଛ୍ଛନ୍ନ କେତେ

କେଉଁ ଦିଗେ ଯିବ ଏ ଜୀବ ଜୀବନ ଅଜଣା ଲାଗଇ ସତେ। ।


ଉଦାସେ ମନଟା' ଭରାକ୍ରାନ୍ତ ଲାଗେ ଗୁନ୍ଥା ଗୁନ୍ଥି ହୁଏ ଛନ୍ଦି

ଖୋଲା ଆକାଶର ପକ୍ଷୀ ଟା' ସତରେ ଘରେ ହେଲା ଆଜି ବନ୍ଦୀ ।

ସାଙ୍ଗ ସାଥୀ ଭାବ ଅତି ଆପଣାର ଶୁଭେନା ପଦିଏ କଥା

ତରସେ ପରାଣ ଆଖି ଦୁଇ ଭରା, ଅକୁହା ଗହିର ବ୍ୟଥା ।।


ଜୀବନ କି ଯିବ ହାରି ଏଇ ଯୁଦ୍ଧ ମନେ ଭରେ ଭ୍ରମ ଶଙ୍କା

ଚିନ୍ତା ଖାଏ ଗଣ୍ଡି ମନ ରାଇଜର ରଙ୍ଗ ପଡି ଆସେ ଫିକା।

ହେଲେ ଏ ମାନବ ଲଢିବା ଶିଖିଛି ଶତ୍ରୁ ହେଉ ଯେତେ ବଡ

ବିଜୟ ଆସିବ ଜୀବନ ହସିବ ଧସାଇ ଦୁର୍ଦ୍ଦିନ ଗଡ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational