ମାଆ
ମାଆ
ପୃଥିବୀ ପୃଷ୍ଠ ର ପ୍ରଥମ ଆଲୋକ
ଦେଖି ଅଛୁ ଯାହା ପାଇଁ,
ମନର ଆବେଗ ନ କହିବା ପୂର୍ଵରୁ
ବୁଝିଥାଏ ଯାହାପାଇଁ |
ପାଦରେ ମୋର କଣ୍ଟା ଫୁଟିଗଲେ
ଯାହା ଛାତିରୁ ଯାଏ ରକତ ଝରି,
ବିନା ଦ୍ୱନ୍ଦ୍ୱରେ ସହିଥାଏ ସେ
ମୋର ପ୍ରତି ଅଳି ଅର୍ଦଳି |
ଇଶ୍ୱରଙ୍କ ଏ ବିଚିତ୍ର ଲୀଳା
ମାଆ ରୂପେ ସେ ଦେଲେ ସାହାରା,
ଦେବତା ତୁଲ୍ୟ ହୃଦୟ ତା'ର
ସ୍ନେହ ସରାଗ ଭରା,
ତାହାରି ବାଣୀ ଶକତି ମୋର
ବଞ୍ଚିବାର ସାହାରା |