ମାଆର ମମତା
ମାଆର ମମତା
ତୋ କୋଳ ଛାଡିବା ପରେ ହିଁ ଦେଖୁଛି
ସତ ମିଛର ଏ ଦୁନିଆକୁ,
ତୋ ହାତ ଛାଡିବା ପରେ ହିଁ ଜାଣୁଛି
ହସ ଲୁହର ଏ ସଂସାରକୁ |
ତୋ ଡାକ ଶୁଣିବା ପରେ ହିଁ ବୁଝୁଛି
ତା ଠାରୁ ମଧୁର ନାହିଁ କିଛି,
ତୋ ଛୁଆଁ ପାଇବା ପରେ ହିଁ ଭାବୁଛି
ସେଇ ଅନୁଭବ ସବୁ କିଛି |
ତୋ କାନି ଧରିବା ପରେ ହିଁ ଜାଣିଛି
କେତେ ମହତ ସେ ପଣତର,
ତୋ ପାଦ ଛୁଇଁବା ପରେ ହିଁ ଲାଗିଛି
ଚଳନ୍ତି ଠାକୁର ତୁ ମୋର |
ତୋ ବିନା ଜୀଇଁବା ମରିବା ସମାନ
ମାନେ ନାହିଁ କିଛି ଜୀବନର,
ତୋ କଥା ଲେଖିବା ପରେ ହିଁ ଭାବୁଛି
ଶବ୍ଦ ସରିଗଲା ଏ ଦୁନିଆର |