STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

କୃଷ୍ଣକେଶବ ଚଉତିଶା

କୃଷ୍ଣକେଶବ ଚଉତିଶା

1 min
349


 

"ଝ"ଝାଡ ବନସ୍ତ ମଧ୍ୟରେ,ଝଙ୍କାର ତୋଳି ବେଣୁରେ

ଝଗଡା ଛଳେ ନାଶିଲ,ଧେନୁକାସୁର,

ଝୁଣ୍ଟିଆ ନାଇ ପାଦରେ, ଝୁମୁରୁ ଝୁମୁ ନାଦରେ

ଝସକେତନେ ନିନ୍ଦଇ, ରୂପ ଯାହାର।

ଝଟକିଲା ବିଜୁଳି ପ୍ରାୟେ,

ଝଲସି ଦିଶଇ ଅଙ୍ଗ,ଯଶୋଦାପୋଏ।୯।

"ନ"ନିତ୍ୟାନନ୍ଦ ହେ ଅନନ୍ତ,ତୁମେ ଅବ୍ୟକ୍ତ ଅଚିନ୍ତ୍ୟ

ଅଦୃଶ୍ୟ, ଅବପୁ ଅଟ,ହେ ଅଣାକାର,

ଅଭୟ ବର ଦାୟକ, ଅସୀମ କୃପା ନାୟକ

ଅଟ ଅଖିଳ ନାୟକ,ହେ ନିରାକାର।

ଅମାପ ତୋ ଦୟାବାରିଧି,

ଅକିଞ୍ଚନେ ଦୟାକର,କରୁଣାନିଧି।୧୦।

"ଟ"ଟିକିଏ କରୁଣା ତବ,ଭବ ବନ୍ଧନ ଟାଳିବ

ଟେକି ଧରିଥାଅ ଦେବ, ଭକତ ମାନ,

ଟେକି ଗୋବର୍ଦ୍ଧନ ଗିରି, ଟେକ ରଖି ଗୋପପୁରୀ

ଟାଣ ପଣ ଭାଙ୍ଗି କରି, ଇନ୍ଦ୍ର ରାଜନ।

ଟିକି ଭକ୍ତ ଧ୍ରୁବ ପ୍ରହ୍ଲାଦ,

ଟିକି ବାମନ ବଳିକୁ, ଚାପିଲ ପାଦ।୧୧।

"ଠ"ଠଣ ସୁନ୍ଦର ଶ୍ରୀହରି,ମୋହନ ମୂରଲୀ ଧରି

ମୋହିଲୁ ଗୋପର ନାରୀ,ମନମୋହନ,

ଠାଣି ତୋ ବାଙ୍କଚାହାଣି,ବାଙ୍କଚୂଡ଼ା ବେଣୁପାଣି

ଠାର ପଣେ ନେଲୁ କିଣି, ଗୋପିକା ମନ।

ଠୁଳ କରି ଗୋପୀ ସକଳ,

ଠାବେଠାବେ ରାଈ ମେଳେ,ଯଶୋଦାବାଳ।୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational