STORYMIRROR

Pranati Jena

Inspirational

3  

Pranati Jena

Inspirational

ନୀରବତା ପଥେ

ନୀରବତା ପଥେ

1 min
318

ସମୟ ଦେଇଛି ଭୂଷଣ ଆଭୂଷଣ

ଘରେ ଘରେ ଆଜି ଲାଗିଛି କଷଣ 

ଅନ୍ୟାୟ ଅନୀତିସାଥିରେ ଘୋର ରଣ

କରି ରଖିଥିଲ ଧରା ଉଶ୍ୱାସିଣ.....


ନିଜର କର୍ମବଳେ ନାହିଁ ଶକ୍ତିପଣ

ଭାଗ୍ୟ ବୃକ୍ଷରେ ଅଧର୍ମେ ଅକାରଣ 

ସତ୍ୟ ଲୁଚେ ଅନ୍ତରେ ମିଥ୍ୟା ବଳବାନ

ଆସ୍ଥା ବିଶ୍ୱାସ ଶବ୍ଦରେ ତାଲା ଜାଣ


କାମନା ପତଙ୍ଗେ ଅନଳ ଆବାହନ

ସାତ୍ତ୍ଵିକ ପବିତ୍ର ଗରଳ ସମାନ 

ନିରବେ ମଉନ ମାଆ ଧର୍ମ ପରାୟଣ

ବାସହୀନ ଜୀବନେ କି ବା କାରଣ..


ଅବତରୀ ଆସ ମାଆ ଏ ଧରା ଧାମକୁ

ବିଷର୍ଣ୍ଣତା ହଜୁ ହୃଦ ପରିଧିରୁ 

ପାପ ତାପ ଦୂରେଇ ଶାନ୍ତି ସୁଖଭରୁ 

ନୀରବତା ପଥେ ଓଁକାର ଗୁଞ୍ଜରୁ..


ଭକ୍ତି ଭାବ ହେଲା ଆଜି ତ ସାତପର

ଅସହାୟ ଭାବ ଥାଇ ଅହଂକାର 

କେହି ତ ବୁଝେ ନାହିଁ କାହାର ଅନ୍ତର

ପରିବାର ମଧ୍ୟେ ନାହିଁ'ତ ଆଦର....


ଡାକୁଛି ଆତୁରରେ ଆସ ମାଆ ମୋର

ଭରିଯାଉ ହୃଦେ ଦୟା କ୍ଷମା ସ୍ୱର 

ଅମୃତ ସନ୍ତାନ ହେଉ ମାଆ ଧରାର

ନବ ପୁଲକିତ ସୃଷ୍ଟି ର ସମ୍ଭାର...

  ଜୟ ମାତା ରାଣୀ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational