STORYMIRROR

Gouri Panda

Inspirational

3  

Gouri Panda

Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
306


ଉଡେ ତିରଙ୍ଗା ଆକାଶରେ

ଫର, ଫର, ହୋଇ ଦେଖରେ। ୧

ଏଇ ତିରଙ୍ଗା ପାଇଁ କେତେ

ଜୀବନ ଯାଇଛି ଏଠି ସତେ। ୨

ବାଜି ଲଗାଇ ଜୀବନ କୁ 

ତଡିଲେ ଦେଶୁ ଇଂରେଜଙ୍କୁ। ୩

ଏ ତିରଙ୍ଗା ଆମ ଗରବ

ସଂସ୍କୃତି, ଐତିହ୍ୟ ର ଭାବ। ୪

ଏ ତିରଙ୍ଗା ଆମ ବିଶ୍ୱାସ 

ବିଦ୍ରୋହ ରେ ଦେଲା ସାହସ। ୫

ଗୋରା ସରକାର ଶାସନ

ଅତିଷ୍ଠ ହେଲେ ଦେଶ ଜନ। ୬

କଳା ଗୋରାର ଭେଦଭାବ 

ଶିକ୍ଷା ର ଥିଲା ଯେ ଅଭାବ। ୭

ଧନ, ଦରବ ବୋହି ନେଲେ

ନାନା ପ୍ରକାର ଦଣ୍ଡ ଦେଲେ। ୮

ଉଣେଇଶ ସତଚାଳିଶି

ଦେଶ ସ୍ଵାଧୀନ ହେଲା ଆସି। ୯

ଆମ ଶାସନ ଆମ ହାତ

ବଞ୍ଚିବା ଆମେ ଯେଝା ମତେ। ୧୦

ହେଲା ସମସ୍ୟା ଶାସନରେ 

ନୀତି ନ ଥିଲେ ଜୀବନ ରେ। ୧୧

ଚାଲିବ ନାହିଁ ଏ ଜଗତ 

ସେଥି ମଧ୍ୟରୁ ମୋ ଭାରତ। ୧୨

ବିଚାର କଲେ ସାଧୁଜନ

ଗଢି ତୋଳିଲେ ସମ୍ବିଧାନ। ୧୩

ଆମ୍ବେଦକର ନାମେ ଜ୍ଞାନୀ 

ସମ୍ବିଧାନ ଗଢିଲେ ଜାଣି। ୧୪

ଜାନୁଆରୀ ଛବିଶି ଦିନ 

କାମ କରିଲା ସମ୍ବିଧାନ। ୧୫

ତେଣୁ ପାଳୁଛୁ ଆମେ ଖୋଜି 

ଗଣତନ୍ତ୍ର ଦିବସ ଆଜି। ୧୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational