STORYMIRROR

Gouri Panda

Classics

3  

Gouri Panda

Classics

ବାପୁ ତୁମେ ମହାନ

ବାପୁ ତୁମେ ମହାନ

1 min
199


ଅହିଂସା ପୂଜାରୀ ତୁମେ 

ତୁମ ପୂଜା କରୁ ଆମେ। 

ହେ ଜନନାୟକ ବାପୁ 

ତୁମ ନାମ ଆମେ ଜପୁ। 

ଭାରତର ସ୍ବାଭିମାନ 

ତୁମେ ହେ ବାପୁ, ମୋହନ। 

ଇଂରେଜ ନାଇଁଲେ ଆଗେ 

ତୋଡିଲ ଅସହୋଯୋଗେ। 

ତୁମ ଆନ୍ଦୋଳନ ଶେଷେ 

ଆସିଲା ସ୍ବରାଜ ଦେଶେ। 

ସତ୍ୟ ପଥ ପ୍ରଦର୍ଶକ 

ଏ ଦେଶର ତୁମେ ଟେକ। 

ସତ୍ୟ ର ପଥରେ ଚାଲି 

ଚାହିଁ ନାହଁ ଥରେ ବୁଲି। 

ଇଂରେଜ ସାଥିରେ ଲଢି 

ଦେଲ ତାଙ୍କୁ ଦେଶୁ କାଢି। 

ଦେଶକୁ ସ୍ୱାଧୀନ କଲ 

ମହାତ୍ମା ନାମ ପାଇଲ। 

ଜାତୀୟ ପିତାର ନାମେ 

ସ୍ମରଣ ରଖିଛୁ ଆମେ। 

ତୁମ ଜୟଗାନ କରି 

ଧରିଲେ ଏ ଦେଶ ଡୋରୀ। 

ମହାନ ଯୁଗ ପୁରୁଷ 

ଫୁଟାଇଲ ଦେଶେ ହସ। 

ଚିରସ୍ମରଣୀୟ ହୋଇ 

ରହିଛ ଏ ଦେଶ ପାଇଁ। 

ମହାତ୍ମା, ବାପୁ, ମୋହନ

ରହିବ ଚିର ସ୍ମରଣ। 

ତୁମ ଆତ୍ମାବଳୀ, ତ୍ୟାଗେ

ବଢୁଛି ଭାରତ ଆଗେ। 

ଶତ କୋଟି ଜନତାର 

ଘେନ ହେ ବାପୁ ଜୁହାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics