STORYMIRROR

Gouri Panda

Romance

3.8  

Gouri Panda

Romance

ପ୍ରେମ ଅଢ଼େଇ ଅକ୍ଷର

ପ୍ରେମ ଅଢ଼େଇ ଅକ୍ଷର

1 min
337

କିଏ କହେ 

ପ୍ରେମ ଅଢ଼େଇ ଅକ୍ଷର 

ଲେଖା ଏହା ଦୁଇ ମନର। 

ଜନମ, ଜନ୍ମର

ହୃଦ ମିଳନର

କଥା ଯେ ଆଖିର 

ଲାଜୁଆ ଓଠର

ପ୍ରୀତି ପରଶର 

ସ୍ନେହ ସରାଗର

ପ୍ରେମ ଅଢ଼େଇ ଅକ୍ଷର 

ହେଲେ ବ୍ୟଥା ଦୁଇ ହୃଦୟର। 

ସେ ଜହ୍ନ ରାତିର

ସପନ ସାଥିର 

ଇଚ୍ଛା ମିଳନର

ଅକୁହା କଥାର

ଅଭୁଲା ସ୍ମୃତିର

ସେନେହ ଡୋରୀର

ପ୍ରେମ ଅଢ଼େଇ ଅକ୍ଷର 

କଥା ଏହା ଏକ ହୃଦୟର। 

ନୀରବ ମନର

ହୃଦ ବେଦନାର

ଅନ୍ତର କଥାର

ଆଶାର ଜୁଆର

ମୁରୁକି ହସର

ଅନେକ ଭାବର

ପ୍ରେମ ଅଢ଼େଇ ଅକ୍ଷର 

ହେଲେ ବ୍ୟଥା ଦୁଇ ହୃଦୟର। 

ସମ୍ପର୍କ ନିବିଡ଼ 

ବାନ୍ଧିଥାନ୍ତି ନୀଡ

ପ୍ରୀତି ର ଫୁଆର

କଥା ପ୍ରତିଜ୍ଞାର

ଭାବରେ ଭାବର

ଅମର ପ୍ରେମର 

ପ୍ରେମ ଅଢ଼େଇ ଅକ୍ଷର 

ପ୍ରେମ ହୁଏ ଏଠି ଏକକାର। 

ପ୍ରେମ ରେ ପ୍ରେମକୁ

ମୁରୁକି ହସକୁ

ଆଖି ଇସାରାକୁ

ପ୍ରୀତି ପରଶକୁ

ଅନେକ ଇଚ୍ଛାକୁ

ଧରେ ଧାଇଁବାକୁ

ପ୍ରେମ ଅଢ଼େଇ ଅକ୍ଷର 

କଥା ଏଠି ପ୍ରୀତି ପରଶର। 

ଚୋରା ପିରତିରେ 

ମଜା ଗୁପତରେ

ନେବାକୁ ପ୍ରେମରେ

ଇଚ୍ଛା ବହୁତରେ

ଅଜଣା ଭୟରେ

ଶିହରଣ ଭରେ

ପ୍ରେମ ଅଢ଼େଇ ଅକ୍ଷର 

ସାହସ ସୀମା ଲଙ୍ଘିବାର। 

ଇଚ୍ଛା ଉଡିବୁଲିବାର। 

ଜହ୍ନ ରାଇଜରେ 

ମୁକ୍ତ ଆକାଶରେ

ଉଡି ବୁଲିବାରେ

ନିର୍ଭୟ ମନରେ

ପ୍ରେମ ଦୁନିଆରେ 

ଫୁଲ ର ଶେଯରେ 

ପ୍ରେମ ଅଢ଼େଇ ଅକ୍ଷର 

ଭାବନା ପ୍ରେମୀଯୁଗଳର

ଇଚ୍ଛା ପ୍ରୀତି ପରଶର

ସାହସ ସୀମା ଲଙ୍ଘିବାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance