STORYMIRROR

Gouri Panda

Children Stories

3  

Gouri Panda

Children Stories

ଆମେ ସବୁ ଝିଅ

ଆମେ ସବୁ ଝିଅ

1 min
193


ଫୁଲ ପରି ଆମେ ଝିଅ ସବୁ 

ଫୁଲ ର ମହକ ଚାରିଆଡେ ବାଣ୍ଟୁଥିବୁ। 

ତାରା ପରି ଆମେ ଚମକିବୁ

ଝିକିମିକି ଆଲୋକ ରେ ପଥ ଦେଖାଇବା। 

ଜଳ ପରି ସ୍ବଚ୍ଛ ଯେ ହୋଇବୁ

ସ୍ବଚ୍ଛ ଜଳ ଦାନ କରି ତୃଷ୍ଣା ମେଣ୍ଟାଇବା। 

ପବନ ହୋଇ ଯେ ବୋହୁଥିବୁ

ନିଶ୍ବାସ ରେ ରହି ଆମେ ପ୍ରାଣ ରଖିଥିବୁ। 

ସାଗର ପରି ଆମେ ରେ ହେବୁ

ବିଶାଳ ହୃଦୟ ରଖି ସତ୍ୟ ଫେରାଇବୁ।

ଦର୍ପଣ ପରି ଆମେ ରେ ସବୁ

ଦୁନିଆକୁ ସତ୍ୟ ପ୍ରତିବିମ୍ବ ଦେଖାଇବୁ। 

ଅବଳା ନରହୁ ଆମେ ଝିଅ 

ସଭିଙ୍କ ଓଠରେ ଫୁଟାଉ ହସର ସୁଅ। 

ମାଆ, ବାପା ସଦା ସାଥେ ରୁହ

ଝିଅ ବୋଲି ତୁମେ ପାଦେ ଆଡେଇ ନଦିଅ।

ତୁମ ବଳେ ସାହସ ପାଇବୁ

ଆମ ଶକ୍ତି, ବଳରେ ଜଗତକୁ ଜିତିବୁ।

ଝିଅ କମ୍ ନୁହେଁ କେଉଁ ଗୁଣେ

ଘର ଠାରୁ ଦେଶ ଯାଏଁ ସୁନାମ ସେ ଆଣେ

ଝିଅ ଆଜି ପୋଲିସ, ଡାକ୍ତର 

ନେତା, ପାଇଲଟ, ଆଇ, ଏସ ଅଫିସର। 

ଜଳ, ସ୍ଥଳ, ଆକାଶେ ବି ଝିଅ 

ତାଙ୍କ ଦମ୍ଭ, ଧୈର୍ଯ୍ୟ, ବଳ ତୁମେ ବୁଝିଯାଅ।

ଆଗକୁ ବଢୁଛୁ ଆମେ ଝିଅ 

ଆମ ସାଥେ ରହି ସାହସ ଟିକିଏ ଦିଅ। 

ଝିଅ ବୋଲି ନହୁଁ ଆମେ ହୀନ

ଝିଅ କୁ କରିଛି ସୃଷ୍ଟି, ସେ ସ୍ରଷ୍ଟା ଭଗବାନ। 

ଏତିକି ମାଗୁଣି କରେ ଝିଅ 

ଆଶିଷ ଟିକିଏ ଅଞ୍ଜଳି ରେ ଭରି ଦିଅ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍