STORYMIRROR

Gouri Panda

Classics

4  

Gouri Panda

Classics

ଶିଶୁ ଦିବସ ପାଳିବା ଆସ

ଶିଶୁ ଦିବସ ପାଳିବା ଆସ

1 min
375

ଆସରେ ପିଲେ ପାଳିବା ଆସ 

ଏଇ ବରଷ ଆମ ଶିଶୁ ଦିବସ। 

ନଭେମ୍ବର ଚଉଦ ପଡ଼ଇ ମନେ 

ଚାଚା ନେହେରୁ ଙ୍କ ଜନମ ଦିନ। 

ଭଲପାଆନ୍ତି ବୋଲି ପିଲା ମାନଙ୍କୁ 

ଶିଶୁ ଦିବସ ତାଙ୍କ ଜନ୍ମ ଦିନ କୁ। 

ସ୍ବାଧୀନତା ପଥର ପଥିକ ଥିଲେ 

ନିର୍ଭିକ, ଦାମ୍ଭିକ ଓ ଜ୍ଞାନୀ ବି ଥିଲେ। 

ଦେଶ ପ୍ରେମ ର ବହ୍ନି ହୃଦୟେ ଜାଳି

ଆଡମ୍ବର ଜୀବନ ଦେଲେରେ ବଳି। 

ଅନେକ ଥର କଲେ କାରାବରଣ

ଭାରତମାତା କୁ ସେ କଲେ ସ୍ବାଧୀନ। 

ଜନମ ନେଇଥିଲେ ଭାରତ କୋଳେ 

ସାଥେ ରହିଥିଲେ ବାପୁଙ୍କ ମେଳେ। 

ସ୍ବଦେଶୀ, ଅହିଂସା ନୀତିରେ ଚାଲି

ଆଦରିଲେ ଖଦଡ, ସୁଟକୁ ଭୁଲି। 

ହେଲେ ସେ ତ କଂଗ୍ରେସ ଜାତୀୟନେତା 

ପାଇଲା ତାଙ୍କ ସେବା ଭାରତମାତା। 

ସ୍ବାଧୀନତା ପାଇଁ ସେ ଦେଲେ ଆହ୍ବାନ 

ଭାରତମାତା ର ସେ ଯୋଗ୍ୟ ସନ୍ତାନ। 

ପ୍ରଧାନମନ୍ତ୍ରୀ ହେଲେ ସେ ଭାରତର

ଜବାହରଲାଲ ନାମ ତାଙ୍କର। 

ପିଲାମାନଙ୍କର ସେ ଅଟନ୍ତି ମିତ

ଚାଚା ନେହେରୁ ଭାବେ ସେ ପରିଚିତ। 

ତାଙ୍କ ଅନୁରୋଧ ର ଏଇ ଦିବସ 

ନାମ ପାଇଛି ପରା ଶିଶୁଦିବସ। 

ଶାନ୍ତି ମନ୍ତ୍ରେ ଦୀକ୍ଷିତ ସେ ଶାନ୍ତି ଦୂତ। 

ଶାନ୍ତି ମନ୍ତ୍ର ଶୁଣିଲା ସାରା ଭାରତ। 

ସେଇ ସନ୍ତାନ ଚାହେଁ ଭାରତ ଆମ

ରଖୁଛୁ ତାଙ୍କ ପାଦେ କୋଟି ପ୍ରଣାମ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics