STORYMIRROR

Gouri Panda

Classics

3  

Gouri Panda

Classics

କୋରାପୁଟରେ ଶୀତ

କୋରାପୁଟରେ ଶୀତ

1 min
193


ସେ ଶୀତ ଅଲଗା 

ଏ ଶୀତ ଅଲଗା

କୋରାପୁଟ ମୋ ଅଲଗା।

 

ଶୀତ ସକାଳରେ

ଚାହା ଦୋକାନରେ

ଚାହା ପିଆ କି ମଜାରେ? 


ବଟ ଗଛ ମୂଳେ 

ଚାହା ପିଆ ବେଳେ

ବଡା ଯଦି ସାଥେ ମିଳେ।

 

ଏ ସକାଳ ଶୀତ 

ଥରିଯାଏ ହାତ

ନିଆଁ ପୁଆଁ ଲାଗେ ହିତ।

 

କୁହୁଡି,କାକର

ସାଥୀ, ସହୋଦର

ଲାଗେନା ଆମକୁ ଡର।

 

ସବୁଜ ବନାନୀ 

ସୁନ୍ଦର ଧରଣୀ 

ଅଳସୀ ଫୁଲ ଓଢଣୀ।

 

ସୋରିଷ ଫୁଲ ର

ଶୋଭା ଅସୁମାର 

ଶାଢୀ ହଳଦୀ କ୍ଷେତର।

 

ନଈ ,ପରବତ

ଥଣ୍ଡା ଯେ ବହୁତ 

ଏ ଜୀବନେ ସମାହିତ।

 

କାକର ଚାଦର

ସଫେଦ ଆସ୍ତର

ଦିଶେନା ମୁହଁ କାହାର।

 

କୋରାପୁଟ ମୋର 

ମୋ ସ୍ବର୍ଗ, ସଂସାର 

ଭଲ ଲାଗେ ତା କାକର।

 

ଜୀବନ ମୋ ଭରେ

ସେଇ କାକରରେ

ତା ଶୀତ, ମୋ ରକତରେ।

 

ଔଷଧ ତା ଶୀତ 

କାକର ମୋ ମିତ

କୁହୁଡ଼ି ଲେଖୁଛି ଗୀତ।

 

ତାର ଦେଓମାଳି 

ବୁଣଇ ଶେଫାଳି 

ଶ୍ବେତ ଆସ୍ତରଣ ଢାଳି।

 

ଭାବେ ନୀରବିବି

ନା ଶୋଭା ବର୍ଣ୍ଣିବି

ଏ ମାଟି ର କବି ହେବି।

 

କୋରାପୁଟ ମାଟି

କାକର କୁ ଘାଣ୍ଟି

ବଞ୍ଚିବି ସ୍ନେହ ସାଉଁଟି।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics