ଶୀତ ଆସିଛି
ଶୀତ ଆସିଛି
ଶୀତ ଆସିଛି
**********
ଶୀତ ଆସିଛି ଦେଖ ଶୀତ ଆସିଛି
ନୂଆ ସମ୍ଭାର ତାର ସାଥେ ଆଣିଛି।
କୁହୁଡି, କାକର ସାଥି ସହୋଦର
ଧୂଆଁଳିଆ ମୁହଁ ଦିଶେନି କାହାର।
କାକର ବିନ୍ଦୁରେ ଏ ଧରା ସୁନ୍ଦର
ସତେ କି ବୁଣିଛି ଗାଲିଚା ମୁକ୍ତାର।
ଶୀତ ସାଥେ ଥିଲେ ହସୁଥାଏ ଧରା
କଅଁଳିଆ ହୁଏ, କମିଯାଏ ଖରାପ।
ଗ୍ରୀଷମ ପ୍ରତାପେ ଧରଣୀ ବ୍ୟଥିତ
ତା ତାପରେ ପ୍ରାଣୀହେବେ କିଜୀବିତ
ଶୀତ ଆଣିଥାଏ ଶୋଭା ର ପସରା
ଶୀତହିଁ ତ ଏଠି ଜୀବ ର ଆସରା।
ଫୁଲ ଫଳ ଭରା କରେ ସେ ଧରା କୁ
ଆଣିଦିଏ ଖୁସି ଅଜଣା କାହାକୁ?
ଥିଲେ ପଛେ ଥାଉ ଦୁର୍ଗୁଣ ତାହାର
ଶୀତ କୁ କରିବା ଆମେ ଆପଣାର।
***********************
ଗୌରୀ ପଣ୍ଡା
ଜୟପୁର
