Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Classics

4  

Gouri Panda

Classics

କୋରାପୁଟ ରେ ଶୀତ

କୋରାପୁଟ ରେ ଶୀତ

1 min
235



ସେ ଶୀତ ଅଲଗା 

ଏ ଶୀତ ଅଲଗା

କୋରାପୁଟ ମୋ ଅଲଗା। 

ଶୀତ ସକାଳରେ

ଚାହା ଦୋକାନରେ

ଚାହା ପିଆ କି ମଜାରେ? 

ବଟ ଗଛ ମୂଳେ 

ଚାହା ପିଆ ବେଳେ

ବଡା ଯଦି ସାଥେ ମିଳେ। 

ଏ ସକାଳ ଶୀତ 

ଥରିଯାଏ ହାତ

ନିଆଁ ପୁଆଁ ଲାଗେ ହିତ। 

କୁହୁଡି,କାକର

ସାଥୀ, ସହୋଦର

ଲାଗେନା ଆମକୁ ଡର। 

ସବୁଜ ବନାନୀ 

ସୁନ୍ଦର ଧରଣୀ 

ଅଳସୀ ଫୁଲ ଓଢଣୀ। 

ସୋରିଷ ଫୁଲ ର

ଶୋଭା ଅସୁମାର 

ଶାଢୀ ହଳଦୀ କ୍ଷେତର। 

ନଈ ,ପରବତ

ଥଣ୍ଡା ଯେ ବହୁତ 

ଏ ଜୀବନେ ସମାହିତ। 

କାକର ଚାଦର

ସଫେଦ ଆସ୍ତର

ଦିଶେନା ମୁହଁ କାହାର। 

କୋରାପୁଟ ମୋର 

ମୋ ସ୍ବର୍ଗ, ସଂସାର 

ଭଲ ଲାଗେ ତା କାକର। 

ଜୀବନ ମୋ ଭରେ

ସେଇ କାକରରେ

ତା ଶୀତ, ମୋ ରକତରେ। 

ଔଷଧ ତା ଶୀତ 

କାକର ମୋ ମିତ

କୁହୁଡ଼ି ଲେଖୁଛି ଗୀତ। 

ତାର ଦେଓମାଳି 

ବୁଣଇ ଶେଫାଳି 

ଶ୍ବେତ ଆସ୍ତରଣ ଢାଳି। 

ଭାବେ ନୀରବିବି

ନା ଶୋଭା ବର୍ଣ୍ଣିବି

ଏ ମାଟି ର କବି ହେବି। 

କୋରାପୁଟ ମାଟି

କାକର କୁ ଘାଣ୍ଟି

ବଞ୍ଚିବି ସ୍ନେହ ସାଉଁଟି।।



Rate this content
Log in

Similar oriya poem from Classics