STORYMIRROR

Gouri Panda

Classics

4  

Gouri Panda

Classics

ପ୍ରିୟତମା ବର୍ଷା

ପ୍ରିୟତମା ବର୍ଷା

1 min
244


ବରଷା ଗୋ ତୁମେ କାହା ପ୍ରିୟତମା? 

ଘୋଟାଇ ଦେଉଛ ଅନ୍ଧକାର ଅମା। 

ମେଘେ ଚକଚକ ବିଜୁଳି ଆଲୁଏ

ସତେ ଅବା ତୁମେ ହସୁଛ ଚେନାଏ। 

ବରଷା ଗୋ ତୁମେ କାହା ପ୍ରଣୟିନୀ? 

ପ୍ରେମ ବିନା ଆଜି ଅବୁଝା ମାନିନୀ। 

ବୁଝିଯାଅ ତୁମେ ଆଗୋ ଅଦ୍ବିତୀୟା 

ତୁମ ବିନା ନାହିଁ ଏ ସୃଷ୍ଟି ର କାୟା। 

ଅନୁପମା ତୁମେ ଅନନ୍ୟା, ଅଭିଜ୍ଞା 

ଅମୃତ, ଅମୀୟ ତୁମ ଧାରା ସଂଜ୍ଞା। 

ତୁମ ଆଗମନେ ଅଶନି ଶବଦେ

ଅର୍ପିତା ଗୋ ତୁମେ ଅଶେଷ ଅମ୍ବୁଦେ। 

ବରଷା ରାଣୀ ଗୋ ଏ ଧରା ଆଧାର

ତୁମ ବିନା ନାହିଁ ସ୍ଥିତି ଜଗତ ର।

ତୁମରି ଆକ୍ରୋଶେ ଭାସିବ ଜଗତ 

ହାସ୍ୟମୟୀ ହୋଇ ଦୂର କର ଭୀତ। 

ବରଷା ଗୋ ତୁମେ ପ୍ରଣୟିନୀ ଆଜି 

ବରଷି ଯାଅ ଗୋ ପ୍ରୀତି ଧାରା ସାଜି। 

ତୁମ ପ୍ରୀତି ଧାରା ବୁଝିଲେ ଜଗତ 

କରିବେ ତୁମକୁ ସ୍ନେହେ ଆଲିଙ୍ଗିତ। 

ଆଶ୍ବାସିତ କର ମାନବ ଜାତି କୁ 

ଉଜାଡି ଦିଅନା ଆଶ୍ରିତ ମାଟି କୁ। 

ବରଷା ଗୋ ତୁମେ ସର୍ବ ପ୍ରିୟତମା 

ଆଶ୍ବାସନା ଦେଇ କରିଦିଅ କ୍ଷମା।

ବରଷା ତୁମକୁ ସହସ୍ର ପ୍ରଣାମ 

କରୁଅଛୁ କାମ୍ୟ ଉପସ୍ଥିତ ତୁମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics